ଭୁବନେଶ୍ୱର: ପୁଣି ଥରେ ହାଇପ୍ରୋଫାଇଲ୍ ଠକ ହଂସିତା ଓ ଅନୀଲକୁ ରିମାଣ୍ଡରେ ନେଇ ପାରେ କମିଶନରେଟ୍ ପୋଲିସ । ଯୁବତୀ ଚାଲାଣ ନେଇ ହୋଇଥିବା ମାମଲାରେ ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ ଜେରା କରିପାରେ । ରିମାଣ୍ଡ ପାଇଁ କୋର୍ଟରେ ଆବେଦନ କରାଯାଇଥିବା ନେଇ ସୂଚନା ମିଳିଛି ।
ହଂସିତା ନାଁରେ ଜାଲ ପାସପୋର୍ଟ ଓ ଯୁବତୀ ଚାଲାଣ ମାମଲା ରୁଜୁ ହୋଇଛି । ସ୍ପେଶିଆଲ କ୍ରାଇମ ୟୁନିଟ୍ ଏହି ୨ଟି ମାମଲା ରୁଜୁ କରିଛି । ହଂସିତାଙ୍କ ନାଁରେ ଦେହ ବ୍ୟାପାର ଭଳି ସଙ୍ଗୀନ ଅଭିଯୋଗ ଆସିଛି । ଏଥିରେ କେଉଁମାନେ ଜଡ଼ିତ ଅଛନ୍ତି, କିଏ ଆର୍ଥିକ କାରବାର କରୁଥିଲା, ଏ ସମସ୍ତ ବାବଦରେ ସବିଶେଷ ତଥ୍ୟ ଓଗାଳିବାକୁ କ୍ରାଇମ୍ ୟୁନିଟ୍ ଚେଷ୍ଟା କରୁଛି । ତେଣୁ ଅଧିକ ପଚରାଉଚରା ପାଇଁ ରିମାଣ୍ଡରେ ଆଣିବାକୁ ଆବେଦନ କରାଯିବ ବୋଲି କହିଛନ୍ତି ପୋଲିସ କମିଶନର ଏସ୍.ଦେବଦତ୍ତ ସିଂ ।