ଭୁବନେଶ୍ୱର: କ୍ରୁଟ ବୋର୍ଡର ୪୯ତମ ବୋର୍ଡ ବୈଠକରେ ନିଆଯାଇଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ଆଉ ୮ଟି ସହରରେ ଗଡ଼ିବ ‘ଆମ ବସ୍’ । ଅନୁଗୁଳ, ଝାରସୁଗୁଡ଼ା, ଯାଜପୁର, କେନ୍ଦୁଝର, ବାରିପଦା, ଜୟପୁର, ବାଲେଶ୍ୱର ଏବଂ ରାୟଗଡ଼ା ସହରର ଲୋକେ ଏବେ ‘ଆମ ବସ୍’ର ସେବା ପାଇ ପାରିବେ । ଏହି ୮ ସହରରେ ଗଡ଼ିବ ‘ଆମ ବସ୍’ । ବାରମ୍ବାର ବସ୍ ଦୁର୍ଘଟଣା ଘଟାଉଥିବାରୁ ତାହା ଉପରେ ରୋକ ଲଗାଇବା ପାଇଁ ମଧ୍ୟ ନିଷ୍ପତ୍ତି ନିଆଯାଇଛି । ଇଲେକ୍ଟି୍ର ବସର ବେଗ ଘଣ୍ଟା ପ୍ରତି ୩୫ କିଲୋମିଟର ଓ ଡିଜେଲ ବସର ଘଣ୍ଟା ପ୍ରତି ବେଗ ୪୦ କିଲୋମିଟର ରଖାଯାଇଛି।
ଯାତ୍ରୀମାନଙ୍କର ସୁରକ୍ଷିତ ଯାତ୍ରା ପାଇଁ ଗାଡ଼ି ଚାଳକଙ୍କୁ ସ୍ୱତନ୍ତ୍ର ତାଲିମ ପ୍ରଦାନ କରାଯିବ । କାରଣ ଅଧିକାଂଶ ସମୟରେ ବସ ଚାଳକଙ୍କ ଅସାବଧାନତା ଓ ବେପୁରୁଆ ଗାଡ଼ି ଚାଳନ ପାଇଁ ଅନେକ ଲୋକଙ୍କ ଜୀବନ ଯାଉଛି ତ ପୁଣି କିଏ ଗୁରୁତର ଆହତ ହେଉଛନ୍ତି । ସେଥିପାଇଁ ଗାଡ଼ି ଚାଳକଙ୍କୁ ଉପଯୁକ୍ତ ତାଲିମ ଦିଆଯାଇ ନିଯୁକ୍ତି ଦିଆଯିବ । ସେନେଇ ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। କିପରି ଯାତ୍ରୀମାନେ ବସରେ ସମସ୍ତ ଆବଶ୍ୟକୀୟ ସେବା ଓ ସୁରକ୍ଷା ପାଇ ପାରିବେ ସେ ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା ।