ଭୁବନେଶ୍ୱର: ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ ସମସ୍ତ କୃଷି ଅଧିକାରୀଙ୍କ ଛୁଟି ବାତିଲ କରିଛନ୍ତି ରାଜ୍ୟ ସରକାର । ଆସନ୍ତା ୨୬ ଓ ୨୭ ତାରିଖରେ କୃଷି ବିଭାଗ ଅଧିକାରୀଙ୍କ ଛୁଟି ବାତିଲ୍ କରାଯାଇଛି । ବାତ୍ୟା ପ୍ରଭାବିତ ଜିଲ୍ଲା କେନ୍ଦ୍ରାପଡ଼ା, ଭଦ୍ରକ ଏବଂ ବାଲେଶ୍ୱରରେ ଫସଲ କ୍ଷୟ କ୍ଷତିର ଆକଳନ ପାଇଁ ଛୁଟି ବାତିଲ ହୋଇଛି । ଏ ନେଇ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ମୁଖ୍ୟାଳୟ ନ ଛାଡ଼ିବା ଏବଂ ଆବଶ୍ୟକ ଅନୁସାରେ ଡ୍ୟୁଟି ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ବାତ୍ୟା ଦାନା ପ୍ରଭାବରେ କେନ୍ଦ୍ରାପଡ଼ା, ଭଦ୍ରକ ଏବଂ ବାଲେଶ୍ୱରରେ ପ୍ରବଳ ବର୍ଷା ଜାରି ରହିଛି । ଫଳରେ ଚାଷ ଜମିମାନଙ୍କରେ ବର୍ଷା ପାଣି ପଶିଛି । ବାତ୍ୟା ଏବଂ ବର୍ଷାରେ ଧାନ ପାଚିବା ଏବଂ ପନି ପରିବା ପଚି ସଢ଼ି ଯିବାର ବେଶ ଆଶଙ୍କା ରହିଛି ।