ଭୁବନେଶ୍ୱର: ଝାରପଡ଼ା ଜେଲ୍ ଭିତରେ ୱାର୍ଡରଙ୍କୁ କିଛି କଏଦୀ ପିଟିଥିବା ଅଭିଯୋଗ ହୋଇଛି । କେଉଁ କାରଣରୁ ଏପରି ଘଟଣା ଘଟିଛି ତାହା ଅସ୍ପଷ୍ଟ ରହିଛି । ଖବର ପାଇ, ଲକ୍ଷ୍ମୀସାଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଯାଞ୍ଚ କରୁଛନ୍ତି । କଏଦୀଙ୍କ ପାଖରେ ମାରଣାସ୍ତ୍ର ଥିବା ଜଣାପଡିଛି । ମାରଣାସ୍ତ୍ର ସାହାଯ୍ୟରେ ୱାର୍ଡରଙ୍କୁ କିଛି କଏଦୀ ଡରେଇଥିବା ମଧ୍ୟ ଜଣାପଡିଛି । ତେବେ ଏଠି ଜେଲର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠୁଛି । ପୋଲିସ ଏହି ଘଟଣାର ତଦନ୍ତ ଜାରି କରିଛି । କେଉଁ କାରଣରୁ ୱାର୍ଡରଙ୍କୁ କଏଦୀମାନେ ଆକ୍ରମଣ କରିଛନ୍ତି ତାର ମଧ୍ୟ ତନାଘନା ଯାଞ୍ଚ କରୁଛନ୍ତି ପୋଲିସ ।