ଭୁବନେଶ୍ୱର: ଦୁର୍ବଳ ହେଲା ବାତ୍ୟା ଦାନା । ଏହା ଦୁର୍ବଳ ହୋଇ ଘଣ୍ଟାକୁ ୧୦ କିମି ବେଗରେ ଉତ୍ତର ଉତ୍ତ ପଶ୍ଚିମ ଦିଗକୁ ଗତି କରୁଛି । ସ୍ଥଳଭାଗରେ ପବନର ବେଗ ୮୦ରୁ ୯୦ କିମି ରହିଛି । ବାତ୍ୟା ପରର ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସୂଚନା । ୪ ଘଣ୍ଟା ଭିତରେ ରାସ୍ତା ସଫା ସରିଗଲାଣି । ଟେଲିକମ୍ୟୁନିକେସନ ବିଭଗ୍ରୁ ଅଭିଯୋଗ ଆସିନି । ଶକ୍ତି ଓ ସ୍ୱାସ୍ଥ୍ୟ ବିଭାଗ ଭଲ କାମ କରିଛନ୍ତି । ସୂର୍ଯ୍ୟାସ୍ତ ପୂର୍ବରୁ ସବୁ ସ୍ଥାନକୁ ବିଦ୍ୟୁତ ଆସି ସାରିଥିବ । ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତରିତ ୧୬୦୦ ମା ପ୍ରସବ କରିଛନ୍ତି । ଏମାନଙ୍କ ମଧ୍ୟରୁ ୧୩ ମାଆ ଯାଆଁଳା ଶିଶୁ ଜନ୍ମ ଦେଇଛନ୍ତି । ଶ୍ରାବଣୀ ଦିଦି ୭ ଜଣଙ୍କୁ କାନ୍ଧରେ ବୋହି ଉଦାହରଣ ପାଲଟିଛନ୍ତି ।
ସେ କହିଛନ୍ତି, ଆସନ୍ତାକାଲି କ୍ଷେତ୍ର ପରିଦର୍ଶନ କରି ଫିଲ୍ଡ ଷ୍ଟାଫ କ୍ଷୟକ୍ଷତିର ଆକଳନ କରିବେ । ଫସଲ ଓ ଘର କ୍ଷୟକ୍ଷତି ଆକଳନ ୭ ଦିନରେ ହେବ । ଘର ଭାଙ୍ଗିଥିବା ଲୋକଙ୍କୁ ପକ୍କାଘର ଦିଆଯିବା ନେଇ ନିଷ୍ପତ୍ତି ହୋଇଛି । କାଲି ଏରିୟଲ ଭାବେ ପ୍ରାଥମିକ ଆକଳନ କରାଯିବ । ବିଶେଷ କରି ଭଦ୍ରକ ଓ କେନ୍ଦ୍ରାପଡା ଅଧିକ ପ୍ରଭାବିତ ହୋଇଛି ।
ଅନ୍ୟପଟେ ବାତ୍ୟାର ପ୍ରଭାବରେ ବାଲେଶ୍ୱର, ମୟୁରଭଞ୍ଜ ଏବଂ ଭଦ୍ରକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ରେଡ୍ ଜାରି କରାଯାଇଛି । ସେହିପରି କେନ୍ଦ୍ରାପଡ଼ା, କଟକ, ଯାଜପୁର ଓ କେନ୍ଦୁଝରରେ ମଧ୍ୟ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି । ସେହିପରି ତଳିଆ ଅଞ୍ଚଳରେ ଫ୍ଲାସ୍ ଫ୍ଲଡ୍ ବା ବନ୍ୟା ସ୍ଥିତି ଉପୁଜିପାରେ ବୋଲି ନିର୍ଦ୍ଦେଶିକା କହିଛନ୍ତି ।