ଭୁବନେଶ୍ୱର :ବାତ୍ୟା ପ୍ରଭାବରେ ଆଗାମୀ ୨୪ ଘଣ୍ଟା ପାଗ ବଦଳିବନି । ବାତ୍ୟା ପ୍ରଭାବରେ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର ଭଦ୍ରକରେ ପ୍ରବଳ ବର୍ଷା ହେବ । ଢେଙ୍କାନାଳ, କେନ୍ଦୁଝର, କଟକରେ ପ୍ରବଳ ବର୍ଷା ନେଇ ୱାର୍ଣ୍ଣିଂ ଜାରି କରାଯାଇଛି । ପାଣିପାଗ ବିଭାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି ଏହି ସୂଚନା ଦେଇଛନ୍ତି ।
ପାଣିପାଗ ବିଭାଗ ଅନୁଯାୟୀ, ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଆଜି ୩ ଜିଲ୍ଲାକୁ ରେଡ୍ ୱାର୍ଣ୍ଣି ଜାରି ହୋଇଛି । ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏବେ ବି ବର୍ଷା ଜାରି ରହିଛି। ଆଜି ଓ ଆସନ୍ତାକାଲି ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ରହିବ । ପାଗରେ କୌଣସି ପରିବର୍ତ୍ତନ ହେବନି । ପ୍ରବଳ ବର୍ଷା ଯୋଗୁଁ ୧୬ ଜିଲ୍ଲାକୁ ଏବେ ବନ୍ୟା ଆଶଙ୍କା ଦେଖାଦେଇଛି ।
ଏହି ଜିଲ୍ଲାଗୁଡିକଅନୁଗୋଳ, ବାଲେଶ୍ୱର, ବୌଦ୍ଧ, ଭଦ୍ରକ, କଟକ, ଢେଙ୍କାନାଳ, ଗଜପତି, ଗଞ୍ଜାମ, ଜଗତସିଂହପୁର, ଯାଜପୁର, କନ୍ଧମାଳ, କେନ୍ଦ୍ରାପଡ଼ା, କେନ୍ଦୁଝର, ଖୋର୍ଦ୍ଧା, ମୟୂରଭଞ୍ଜ, ନୟାଗଡ଼ ଓ ପୁରୀ। ଏସବୁ ଜିଲ୍ଲାରେ ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଦିଆଯାଇଛି । ବିଶେଷ କରି ତଳିଆ ଅଞ୍ଚଳରେ ଫ୍ଲାସ୍ ଫ୍ଲଡ୍ ବା ବନ୍ୟା ସ୍ଥିତି ଉପୁଜିପାରେ ।
ବାତ୍ୟା ପରର ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି ୪ ଘଣ୍ଟା ଭିତରେ ରାସ୍ତା ସଫା ସରିଗଲାଣି । ଟେଲିକମ୍ୟୁନିକେସନ ବିଭଗ୍ରୁ ଅଭିଯୋଗ ଆସିନି । ଶକ୍ତି ଓ ସ୍ୱାସ୍ଥ୍ୟ ବିଭାଗ ଭଲ କାମ କରିଛନ୍ତି । ସୂର୍ଯ୍ୟାସ୍ତ ପୂର୍ବରୁ ସବୁ ସ୍ଥାନକୁ ବିଦ୍ୟୁତ ଆସି ସାରିଥିବ ।ଆସନ୍ତାକାଲି କ୍ଷେତ୍ର ପରିଦର୍ଶନ କରି ଫିଲ୍ଡ ଷ୍ଟାଫ କ୍ଷୟକ୍ଷତିର ଆକଳନ କରିବେ । ଫସଲ ଓ ଘର କ୍ଷୟକ୍ଷତି ଆକଳନ ୭ ଦିନରେ ହେବ । ଘର ଭାଙ୍ଗିଥିବା ଲୋକଙ୍କୁ ପକ୍କାଘର ଦିଆଯିବା ନେଇ ନିଷ୍ପତ୍ତି ହୋଇଛି ।