କନ୍ଧମାଳ: କନ୍ଧମାଳ ବାଲିଗୁଡ଼ା ଜଙ୍ଗଲରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ କ୍ୟାଡର ମାଓବାଦୀ ଟଳିଛି । ଏହା ସହିତ ୧୦ରୁ ଉର୍ଦ୍ଧ୍ୱ ମାଓବାଦୀ ଛତ୍ରଭଙ୍ଗ ଦେଇଛନ୍ତି ।
ମିଳିଥିବା ପ୍ରାଥମିକ ସୂଚନା ମୁତାବକ, ବାଲିଗୁଡା ଥାନା ମିଡିଆକିଆ,ବୋରିକିଆ ନିକଟ ଆଡାର ଜଙ୍ଗଲ ସ୍ଥିତ ସେସର ଗାଁରେ ମାଓବାଦୀ ଲୁଚି ରହିଥିବା ନେଇ ଗୁପ୍ତ ସୂଚନା ମିଳିଥିଲା । ଶୁକ୍ରବାର ସକାଳୁ ଏସ୍ଓଜି ଯବାନ ସର୍ଚ୍ଚ ଅପରେସନ କରୁଥିବାବେଳେ ଲାଲବାହିନୀ ପକ୍ଷରୁ ପ୍ରଥମେ ଗୁଳି ଚାଳନା କରାଯାଇଥିଲା । ଯାହାର ପାଲଟା ଜବାବ ଦେଇଥିଲେ ସୁରକ୍ଷାକର୍ମୀ । ଫଳରେ ଜଣେ ମାଓବାଦୀର ମୃତ୍ୟୁ ହୋଇଛି । ଘଟଣା ସ୍ଥଳରୁ ୧୦ରୁ ଅଧିକ ମାଓବାଦୀ ଛତ୍ରଭଙ୍ଗ ଦେଇଥିବା ଜଣା ପଡ଼ିଛି । ଗୁଳି ବିନିମୟ ପରେ ସର୍ଚ୍ଚ ଅପରେସନକୁ କଡ଼ା କଡ଼ି କରାଯାଇଛି ।