ବାତ୍ୟା ‘ଦାନା’ ପାଇଁ ପୂର୍ବତଟ ରେଳବାଇ ପକ୍ଷରୁ ୨୦୦ ରୁ ଉର୍ଦ୍ଧ୍ଵ ଟ୍ରେନ ବାତିଲ କରାଯାଇଥିଲା । ଦୀର୍ଘ ୯ ଘଣ୍ଟା ସ୍ଥଳ ଭାଗରେ ତାଣ୍ଡବ କରିବା ପରେ ଶେଷରେ ବାତ୍ୟା ‘ଦାନା’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଶେଷ ହୋଇଛି । ଭୀଷଣ ବାତ୍ୟା ଦୁର୍ବଳ ହୋଇ ବାତ୍ୟାରେ ପରିଣତ ହୋଇଛି । ଏହା ଏବେ ଉତ୍ତର-ଉତ୍ତରପଶ୍ଚିମ ଦିଗ ଆଡ଼କୁ ଅଗ୍ରସର ହେଉଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସେଥିପାଇଁ କିଛି ଟ୍ରେନ ଚଳାଚଳ ସ୍ୱାଭାବିକ ହୋଇଥିଲେ ମଧ୍ୟ ବାତିଲ ହୋଇଥିବା ଟ୍ରେନ ଚଳାଚଳ ସ୍ୱାଭାବିକ ହୋଇନାହିଁ । ବିଶାଖାପାଟଣା ପଟୁ ଡାଉନ ଟ୍ରେନ୍ ଭୁବନେଶ୍ବର, ହାଓ୍ବଡ଼ାକୁ ଗଡ଼ିଛି। ସେହିପରି ଖଡ଼ଗପୁର ପଟୁ ବିଶାଖାପାଟଣା ଅପ୍ ଟ୍ରେନ ୨ଟାରେ ଭଦ୍ରକ ପହଞ୍ଚିବ । ଦିନ ୧୨ଟା ପରେ ଭୁବନେଶ୍ବର ଓ ପୁରୀରୁ ଟ୍ରେନ ସେବା ଆରମ୍ଭ ହୋଇଛି ବୋଲି ସୂଚନା ମିଳିଛି ।