ଭୁବନେଶ୍ଵର: ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କର ସନ୍ଦେହଜନକ ମୃତ୍ୟୁ ହୋଇଛି । ଭୁବନେଶ୍ଵର ଭରତପୁର ଅଞ୍ଚଳରେ ଦିନ ଡିଅର ଲାଇଭ୍ ହିଲିଂ ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ କଟକଜିଲ୍ଲା ବାଙ୍କୀ ଥାନା ସିଂହନାଥପୁରର ସୂର୍ଯ୍ୟକାନ୍ତ ମହାପାତ୍ର (୨୮) । ଅଗଷ୍ଟ ୨୯ରେ ସୂର୍ଯ୍ୟକାନ୍ତଙ୍କୁ ନିଶା ନିବାରଣ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଗତକାଲି ସନ୍ଧ୍ୟାରେ ସେ ଆତ୍ମହତ୍ୟା କରିଥିବା ନିଶା ନିବାରଣ କେନ୍ଦ୍ର ପକ୍ଷରୁ ଖବର ଦିଆଯାଇଥିଲା । ମାତ୍ର ପରିବାର ଲୋକ କେନ୍ଦ୍ର ନାଁରେ ହତ୍ୟା ଅଭିଯୋଗ ଆଣିଛନ୍ତି । ନିଶା ନିବାରଣ କେନ୍ଦ୍ର ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ।