ଯୁବକଙ୍କୁ ଛୁରାମାଡ କଲେ ଦୁର୍ବୃତ୍ତ । ପୁଣି ଥରେ ସାମ୍ନାକୁ ଆସିଲା ଦୁର୍ବୃତ୍ତ ହିଂସାତ୍ମକ କାଣ୍ଡ । ଏପରି ଏକ ଘଟଣା ପୁରୀରେ ଘଟିଛି । ବିଳମ୍ବିତ ରାତିରେ ଯୁବକଙ୍କୁ ଛୁରାମାଡ କରିଛନ୍ତି ଦୁର୍ବୃତ୍ତ । ଛୁରାମାଡରେ ଯୁବକ ଗୁରୁତର ଆହତ ହୋଇଥିଲେ । ତୁରନ୍ତ ତାଙ୍କୁ ଉଦ୍ଧାର କରି ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁସାରେ, ବୁଧବାର ରାତିରେ ଜଣେ ଯୁବକ ତେଲ ପକାଇବା ପାଇଁ ଆସୁଥିବା ସମୟରେ ପୁରୀ – ବ୍ରହ୍ମଗିରି ରାସ୍ତା ନିକଟରେ ପ୍ରାୟ ୪ରୁ ୫ ଜଣ ଦୁର୍ବୃତ୍ତ ଯୁବକଙ୍କ ଉପରକୁ ଛୁରାମାଡ କରିଥିଲେ । ଦୁର୍ବୃତ୍ତଙ୍କ ଛୁରାମାଡରେ ଯୁବକ ଗୁରୁତର ହୋଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଛୁରାମାଡ ପରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ଆକ୍ରମଣର କାରଣ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।
ଆଗକୁ ପଢ଼ନ୍ତୁ : ଆଇପିଏଲ ବେଟିଂ ବେଳେ ଚଢ଼ଉ କଲା ପୋଲିସ