ଆଇପିଏଲ ବେଟିଂ ବେଳେ ଚଢ଼ଉ କଲା ପୋଲିସ । ଆଇପିଏଲ ବେଟିଂ ଅଭିଯୋଗରେ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ଛତିଶଗଡ଼ ଓ ବିହାର ଅଞ୍ଚଳର ବାସିନ୍ଦା ବୋଲି ସୂଚନା ମିଳିଛି । ଚଢ଼ଉବେଳେ ପୋଲିସ ସେମାନଙ୍କଠାରୁ ଏଲଇଡି ଟିଭି, ସ୍ପିକର, ୪ଟି ମୋବାଇଲ୍ ଫୋନ୍, ଟାଟା ସ୍କାଏ ମେସିନ୍, ଗୋଟିଏ ରେଜିଷ୍ଟ୍ରାର ଜବତ କରିଛି । ସୂଚନା ଅନୁଯାୟୀ,ଅଭିଯୁକ୍ତ ମାନେ ଆଇପିଏଲ ବେଟିଂ କରୁଥିଲେ । କୌଣସିମତେ ଏହାର ଖବର ପୋଲିସଙ୍କୁ ମିଳିଥିଲା । ଏହାପରେ ପୋଲିସ ଟିମ ସହ ଯାଇ ସେଠାରେ ଚଢ଼ାଉ କରିଥିଲେ । ଶେଷରେ ପୋଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲେ ।ସୋସିଆଲ ମିଡିଆରେ ପୁରୀ ପୋଲିସ ଏହି ସୂଚନା ଦେଇଛନ୍ତି ।