ଠାକୁରାଣୀ ଯାତ୍ରା ହେଉଛି ବହୁତ ପ୍ରଚୀନ ପରମ୍ପରା । କାହିଁ କେତେ ଦିନରୁ ଏହି ପରମ୍ପରା ଆମ ରାଜ୍ୟରେ ପ୍ରଚଳିତ ହୋଇ ଆସୁଛି । କିଛି ଲୋକଙ୍କର ମତ ଅନୁଯାଇ ଏହି ପ୍ରାଚୀନ ପରମ୍ପରା କୁଆଡେ ରାଜା ରାଜୁଡ଼ା ଅମଳରୁ ବେଶ ପାରମ୍ପରିକ ରୀତିନୀତି ଅନୁସାରେ ପାଳନ ହୋଇ ଆସୁଅଛି ।
ସୂଚନା ମୁତାବକ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମାଁ ଠାକୁରାଣୀ ୯ ଦିନ ପାଇଁ ପୀଠରୁ ବାହାରି ଗାଁ ମୁଣ୍ଡ ଛାମୁଣ୍ଡିଆରେ ଦର୍ଶନ ଦେଇଛନ୍ତି । ମାଁ ଙ୍କୁ ନେଇ ପୂଜକ ମାନେ ପ୍ରତିଦିନ ଆଖପାଖ ଗାଁ ଗୁଡ଼ିକ ବୁଲିବା ସହ ପୂଜା ପାଆନ୍ତି । ଲୋକ କଥା ଅନୁଯାୟୀ ଆଜି ଶେଷ ଦିନରେ ମାଁ ଙ୍କ ମୂଖ୍ୟ ପୂଜକଙ୍କ ଶରୀରରେ ମାଁ ପ୍ରବେଶ କରି କଣ୍ଟା ଦୋଳିରେ ଝୁଲିବା ସହ ଶ୍ରଦ୍ଧାଳୁଙ୍କ ପାଇଁ ସବୁଠାରୁ ବଡ ଆସ୍ଥା ଓ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବେ । ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ମାଁ ଙ୍କ ନବମ ଦିନରେ ଯେଉଁ ଭକ୍ତମାନେ ମାନସିକ ଯାଚିଥାନ୍ତି ତାଙ୍କର ମନୋଷ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି ଶୁଣିବାକୁ ମିଳିଛି । ଏହି ଦିନ ମାଙ୍କୁ ଭକ୍ତ ଓ ଅଞ୍ଚଳବାସୀ ଅତି ଖୁସି ମନରେ ବିଦାୟ ଦେଇଥାନ୍ତି । ନବମ ଦିନରେ ଏହି ଅଞ୍ଚଳ ଚଳଚଞ୍ଚଳ ହୋଇଥିବା ବେଳେ ଅନେକ ଭକ୍ତ ଦୂରଦୂରାନ୍ତରୁ ଆସି ନିଜର ମାନସିକ କରିବା ସହ ମାଁଙ୍କର ଦର୍ଶନ କରିଥାଆନ୍ତି । ଏହା ଏକ ପ୍ରାଚୀନ ପାରମ୍ପରିକ ଘଣ୍ଟପର୍ବ ହୋଇଥିବା ବେଳେ ମାଁ ଠାକୁରାଣୀଙ୍କର ମହିମାକୁ ନେଇ ଅନେକ ଭିନ୍ନଭିନ୍ନ ଲୋକକଥା ମଧ୍ୟ ଶୁଣିବାକୁ ମିଳିଥାଏ।
ଅଧିକା ପଢନ୍ତୁ: ଆସନ୍ତାକାଲି ଠାରୁ 2 ବର୍ଷିଆ ବିଏଡ୍ ର ନାମଲେଖା ଆବେଦନ ଆରମ୍ଭ ହେବ