ଆଜି ହେଉଛି ପବିତ୍ର ଉତ୍କଳ ଦିବସ । ଏହି ଦିବସ ଅବସରରେ ପୁରୀର ସ୍ବର୍ଣ୍ଣାଭ ବେଳାଭୂମିରେ ବାଲୁକା କଳା କରି ସମସ୍ତ ଓଡ଼ିଶାବାସୀଙ୍କୁ ଉତ୍କଳ ଦିବସର ଶୁଭେଚ୍ଛା ଜଣାଇଛନ୍ତି ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଓଡ଼ିଶା ପାଇଁ ଆଜି ହେଉଛି ଏକ ଗୌରବର ଦିନ । ଦୀର୍ଘ ଦିନର ବାଦ ବିବାଦ ପରେ ୧୯୩୬ ଏପ୍ରିଲ ୧ ତାରିଖରେ ଓଡ଼ିଶାକୁ ସ୍ୱତନ୍ତ୍ର ପ୍ରଦେଶର ମାନ୍ୟତା ମିଳିବା ସହ ଦେଶର ପ୍ରଥମ ଭାଷା ଭିତ୍ତିକ ରାଜ୍ୟ ଭାବେ ପରିଗଣିତ ହୋଇଥିଲା । ଓଡ଼ିଶା ଆମର ଗର୍ବ ଆଉ ଓଡ଼ିଆ ଆମର ପରିଚୟ । ଓଡ଼ିଶାର କୋଣ ଅନୁକୋଣରେ ଇତିହାସର ଗାଥା ଦେଖିବାକୁ ମିଳେ । ଏହାସହ ଓଡିଶାର ସ୍ୱତନ୍ତ୍ର ପରିଚୟ ଓ ପ୍ରତିଷ୍ଠା ଦିବସକୁ ମନେ ରଖିବା ପାଇଁ ଏହି ଦିନକୁ କୋଟି କୋଟି ଓଡିଆ ପାଳନ କରିଥାନ୍ତି । ଏହି ସୁନ୍ଦର ଓ ମନଲୋଭା ବାଲୁକା କଳାକୁ ଦେଖିବା ପାଇଁ ପୁରୀ ବେଳାଭୂମିରେ ଶହ ଶହ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି ।