ଝାରସୁଗୁଡା : ଚାରିଦିନ ହେଲାଣି ଝାରସୁଗୁଡାରେ ତନାଘନା କରୁଛି କ୍ରାଇମବ୍ରାଞ୍ଚ। ନବ ଦାସଙ୍କୁ ଗୁଳିକାଣ୍ଡ ପରେ ତାଙ୍କ ସହ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବରେ ଜଡିତ ଥିବା ସ୍ଥାନ, ବ୍ୟକ୍ତି ସମସ୍ତଙ୍କ ପାଖକୁ ପହଞ୍ଚୁଛି କ୍ରାଇମବ୍ରାଞ୍ଚ । ଗତ ମଙ୍ଗଳବାର ଠାରୁ ଆଜି ମଧ୍ୟରେ ନବଙ୍କ ପରିବାର ଜିଲ୍ଲାମୁଖ୍ୟ ଚିକିତ୍ସାଳୟ ଟିମ୍ ଏବଂ ବିମାନ ବନ୍ଦରରେ କତ୍ତୃପକ୍ଷଙ୍କ ବୟାନ ରେକର୍ଡ କରିଛି।
ସେହିପରି ଆଜି ଘଟଣାରେ ପୁଣି ଜଡିତ ଥିବା ଆଉ ଜଣେ ବ୍ଯକ୍ତିକୁ ଜେରା କରିଛି କ୍ରାଇମବ୍ରାଞ୍ଚ। ସରୋଜ ସା’ ନାମକ ଜଣେ ଯୁବକଙ୍କୁ କ୍ରାଇମବ୍ରାଞ୍ଚ ପଚରାଉଚରା କରିଛି।ଗୁଳିକାଣ୍ଡ ଦିନ ଘଟଣାସ୍ଥଳରେ ଉପସ୍ଥିତ ଥିଲେ ସରୋଜ। ତତ୍କାଳୀନ ଆଇଆଇସିଙ୍କ ବନ୍ଧୁକ ଛଡ଼ାଇ ଆଣିଥିଲେ ସରୋଜ। ଯାହାକୁ ନେଇ ଅନେକ ଉତ୍ତର ରହିଛି।
ଦୀର୍ଘ ଦୁଇ ବର୍ଷ ପରେ ପୁଣି ନବ ଦାସ ହତ୍ୟା ମାମଲାରେ ସାନି ତଦନ୍ତ ଆରମ୍ଭ ହୋଇଛି । କ୍ରାଇମବ୍ରାଞ୍ଚ ପ୍ରଥମେ ପରିବାରକୁ ଭେଟିଥିଲା ଯେଉଁଠି ସମସ୍ତଙ୍କ ବୟାନ ରେକର୍ଡ କରାଯାଇଥିଲା ଏହା ପରେ ହତ୍ୟାକାଣ୍ତ ଘଟଣାସ୍ଥଳରେ ପହଞ୍ଚଥିଲା ଟିମ୍ ସେହିପରି, ଡାକ୍ତରଖାନାକୁ ଯାଇ ମଧ୍ୟ ପଚରାଉଚରା କରିଥିଲା କ୍ରାଇମବ୍ରାଞ୍ଚ ଟିମ। ମୁଖ୍ୟ ଡାକ୍ତରଖାନାର ତତ୍କାଳୀନ ସିଡିଏମ୍ଓ ଡୋଳାମଣି ପଟେଲଙ୍କୁ ନବ ଦାସ ହତ୍ୟାକାଣ୍ଡ ଦିନର ସମସ୍ତ ତଥ୍ୟ ପଚାରିବା ପରେ ୧୬୧ରେ ତାଙ୍କ ବୟାନ ରେକର୍ଡ କରାଯାଇଥିଲା।
ଚତୁର୍ଥ ଦିନରେ ଚତୁର୍ଥ ଦିନ ଝାରସୁଗୁଡା ଵିମାନ ବନ୍ଦରରରୁ ତଦନ୍ତ ଆରମ୍ଭ କରିଥିଲା କ୍ରାଇମବ୍ରାଞ୍ଚ ଟିମ l ଦୀର୍ଘ ୩ ଘଣ୍ଟା ଧରି ବିମାନ ବନ୍ଦରରେ ବିମାନ ବନ୍ଦରର ନିର୍ଦେଶକ, ଚିଫ ଏୟାରପୋର୍ଟ ସିକ୍ୟୁରିଟି ଅଫିସର, ଟର୍ମିନାଲ ମ୍ୟାନେଜର ଙ୍କ ସହ ଘରୋଇ ଠିକା ସଂସ୍ଥା ର ସିକ୍ୟୁରିଟି ଅଫିସର ଙ୍କ ୧୬୧ ଧାରା ରେ ବୟାନ ରେକର୍ଡ କରିଛି କ୍ରାଇମବ୍ରାଞ୍ଚ l ଏହାସହ ନବ ଦାସଙ୍କୁ ଗୁଳିକାଣ୍ଡ ଦିନ ତାଙ୍କୁ ଏୟାର ଲିଫ୍ଟ କରିବା ପାଇଁ ଆସିଥିବା ଏୟାର ଆମ୍ବୁଲାନ୍ସ ର ଲେଣ୍ଡିଙ୍ଗ, ଡିପାର୍ଚ୍ଚର ସମୟ ର ତଥ୍ୟ ନେବା ସହ ସେଦିନ ଉପସ୍ଥିତ ଥିବା କର୍ମଚାରୀଙ୍କୁ ପଚରା ଉଚୁରା କରିଛି କ୍ରାଇମବ୍ରାଞ୍ଚ ଟିମ ।
ତେବେ ଏହା ପରେ ତଦନ୍ତର ଦିଗ କେଉଁ ଆଡେ ଯିବ ଦେଖିବାକୁ ବାକି ରହିଲା ।