ଝିଅ ଘରୁ ଫେରିବା ସମୟରେ ବୃଦ୍ଧଙ୍କ ଉପରେ ମାଡ଼ିଗଲା ଟ୍ରକ । କିଛି କ୍ଷଣ ମଧ୍ୟରେ ଚାଲିଗଲା ବୃଦ୍ଧଙ୍କ ଜୀବନ । ଦିନକୁ ଦିନ ଘଟିଚାଲିଛି ଦୁର୍ଘଟଣା । ଯାହାଫଳରେ କାହାର ଜୀବନ ଚାଲିଯାଉଛି ତ ଆଉ କାହାର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହୋଇଯାଉଛି । ଝିଅ ଘରକୁ ଯାଇ ଫେରୁଥିଲେ ବୃଦ୍ଧ ଜଣକ ହେଲେ କିଏ ଜାଣିଥିଲା ବାଟରେ ଜମା ଜଗି ବସିଥିବା ବୋଲି । ବାଟରେ ଯାଉଥିବା ସମୟରେ ଘଟିଗଲା ଅଘଟଣ । ଆଖି ପିଛୁଳାକେ ବୃଦ୍ଧଙ୍କ ଉପରେ ଚଢ଼ିଗଲା ଟ୍ରାକ୍ଟର । ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ମାଲକାନଗିରି ଜିଲ୍ଲାରୁ ।
ସୂଚନା ଅନୁଯାୟୀ,ମାଲକାନଗିରି ଜିଲ୍ଲା ସତୀଗୁଡା ଗାଁ ନିକଟରେ ମୃତ ବୃଦ୍ଧ ଜଣକ ଝିଅ ଘରକୁ ଯାଇ ଚାଲି ଚାଲି ଫେରୁଥିଲେ । ସେହି ସମୟରେ ଏକ ଟ୍ରାକ୍ଟର ଭାରସାମ୍ୟ ହରାଇ ଉକ୍ତ ବୃଦ୍ଧଙ୍କ ଉପରେ ଚଢ଼ିଗଲା । ଯାହାଫଳରେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ଟ୍ରାକ୍ଟର ଡ୍ରାଇଭର ବେପରୁଆ ଗାଡ଼ି ଭାବେ ଗାଡ଼ି ଚଳାଇବାରୁ ବୃଦ୍ଧଙ୍କ ଜୀବନ ଚାଲିଯାଇଛି। ପରିବାର ଲୋକଙ୍କୁ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଦାବି କରି ରାସ୍ତା ରୋକ କରିଛନ୍ତି ସ୍ଥାନୀୟ ଲୋକେ । ମାଲକାନଗିରି ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି।