ଭୁବନେଶ୍ୱର: ତଳ ମୁହାଁ ହେଉଛି ପାରଦ। ରାଜ୍ୟରେ ବଢୁଛି ଶୀତ। ରାଜ୍ୟରେ ରାତି ତାପମାତ୍ରା ୪ରୁ ୫ ଡିଗ୍ରୀ ଖସିଛି । ୧୩ଟି ସହରର ରାତି ତାପମାତ୍ରା ୧୫ ଡିଗ୍ରୀ ସେଲସିୟସ ତଳକୁ ଖସି ଆସିଛି । ଗତ କିଛି ଦିନ ହେବ ରାଜ୍ୟରେ ଶୀତ ଅନୁଭୂତ ହେଉନଥିବାବେଳେ ବର୍ତମାନ ରାଜ୍ୟରେ ଶୀତ ଅନୁଭୂତ ହେଉଛି। ଡିସେମ୍ବର ମାସ ଆରମ୍ଭରୁ ରାଜ୍ୟରେ ବର୍ଷା ସହ କୋହଲା ପାଗ ହୋଇଥିଲା। ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଶୀତ ଅନୁଭୂତ ହେବ। ରାତି ତାପମାତ୍ରାରେ କୌଣସି ପରିବର୍ତ୍ତନ ନ ହେବାର ସମ୍ଭାବନା ରହିଛି। ଶୀତ ପଡିବା ସହିତ କୁହୁଡି ମଧ୍ୟ ବଢ଼ିବାର ସମ୍ଭାବନା ରହିଛି।