କାମାକ୍ଷାନଗର ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକଙ୍କ ଘରେ ଭିଜିଲାନ୍ସ ରେଡ। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଭଦ୍ରକ ବାସୁଦେବପୁର ଓ ଭୁବନେଶ୍ୱର ସ୍ଥିତ ନିଜ ଘର, ଶ୍ଵଶୁର ଘର , କାମାକ୍ଷାନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ଆବାସିକ ଗୃହ ସମେତ ୧୦ ଟି ସ୍ଥାନରେ ଚଢ଼ାଉ ଚାଲିଛି। ଚଢ଼ାଉରେ କଟକ ଭିଜିଲାନ୍ସ ଓ ଢେଙ୍କାନାଳ ଭିଜିଲାନ୍ସ ଟିମ ସାମିଲ ଥିବା ସୂଚନା ମିଳିଛି।