ସମ୍ବଲପୁର: ସମ୍ବଲପୁର ଜିଲ୍ଲାର ବିଭିନ୍ନ ରକ୍ତକେନ୍ଦ୍ର ସମେତ ବୁର୍ଲା ଭିମସାର ରକ୍ତଭଣ୍ଡାର ଠାରେ ହେଉଥିବା ରକ୍ତର ଆବଶ୍ୟକତାକୁ ପୁରଣ କରିବାକୁ ବଜରଙ୍ଗ ଦଳ ଆଗେଇ ଆସିଛି। ଏଥିପାଇଁ ସମ୍ବଲପୂର ବଜରଙ୍କ ଦଳ ପକ୍ଷରୁ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ଓଡ଼ିଶା ରକ୍ତକେନ୍ଦ୍ର ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହାକୁ ବିଶ୍ଵହିନ୍ଦୁ ପରିଷଦ କ୍ଷେତ୍ର ସେବା ପ୍ରମୁଖ ସୁଧାଂଶୁ ମୋହନ ପାତ୍ର ଅତିଥି ଭାବରେ ଯୋଗଦେଇ ଉଦଘାଟନ କରିଥିଲେ। ଏଥିରେ ବଜରଙ୍ଗ ଦଳ ଓଡ଼ିଶା ପଶ୍ଚିମର ପ୍ରାନ୍ତ ସଂଯୋଜକ ରାମଚନ୍ଦ୍ର ନାୟକ,ବିଶ୍ଵ ହିନ୍ଦୁ ପରିଷଦର ପ୍ରାନ୍ତ ସହ ସମ୍ପାଦକ ରାଜିବ କୁମାର ଶତପଥି ଆଦି ସମସ୍ତ ସଭ୍ୟମାନେ ଉପସ୍ଥିତ ରହିଥିଲେ। ହୃତାତ୍ମା ଦିବସ ସ୍ମୁତିରେ ଅନୁଷ୍ଠିତ ଏହି ରକ୍ତଦାନ ଶିବିରରେ ମୋଟ ୫୧ ୟୁନିଟ ରକ୍ତ ସଂଗୃହୀତ ହୋଇଥିବା ବେଳେ ବହୁ ସଂଖ୍ୟାରେ ବଜରଙ୍ଗଦଳ ସଭ୍ୟମାନେ ସ୍ୱେଚ୍ଛାକୃତ ଭାବରେ ରକ୍ତଦାନ କରିଥିଲେ।