ବାରିପଦା : ବାରିପଦା ଆନୁକୂଲ୍ୟରେ ଜାତୀୟ ଫାର୍ମାସୀ ସପ୍ତାହ ପାଳିତ। ନଭେମ୍ବର ୧୭ ରୁ ୨୩ତାରିଖ ପର୍ଯ୍ୟନ୍ତ ୬୩ତମ ଜାତୀୟ ଫାର୍ମାସୀ ସପ୍ତାହ ପାଳନ କରାଯାଉଛି। "ଥିଙ୍କ୍ ହେଲଥ୍ - ଥିଙ୍କ୍ ଫାର୍ମାସୀ" ଚଳିତବର୍ଷ ଫର୍ମାସୀ ସପ୍ତାହର ଥିମ୍ ରହିଛି। ଓଡ଼ିଶା ଫାର୍ମାସିଷ୍ଟ ସର୍ଭିସ ଆସୋସିଏସନ୍ ତରଫରୁ ଔଷଧ ସହ ଫାର୍ମାସୀ କିପରି ଅଙ୍ଗାଙ୍ଗୀ ଭାବେ ଜଡ଼ିତ ଏହାର ସଚେତନତା ବାର୍ତ୍ତା ବାଣ୍ଟିବା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ଜାତୀୟ ଫାର୍ମାସୀ ସପ୍ତାହ ପାଳନ କରାଯାଉଛି। ଏହି ଅବସରରେ ରବିବାର ବାରିପଦା ମୁଖ୍ୟ ଚିକିତ୍ସାଳୟ ଠାରେ ଫାର୍ମାସୀ ସପ୍ତାହ ପାଳନ କରାଯାଇଛି। ଫର୍ମାସୀ ଅଫିସର ସହ ଫର୍ମାସୀ ପଢୁଥିବା ଛାତ୍ରଛାତ୍ରୀମାନେ ମୁଖ୍ୟ ଚିକିତ୍ସାଳୟରୁ ବାହାରି ସହର ପରିକ୍ରମା କରିଥିଲେ। ଚିକିତ୍ସା କ୍ଷେତ୍ରରେ ଡାକ୍ତରଙ୍କ ଯେତିକି ଆବଶ୍ୟକ ଫାର୍ମାସୀଷ୍ଟଙ୍କ ମଧ୍ୟ ସେତିକି ଆବଶ୍ୟକତା ରହିଛି ବୋଲି ସେମାନଙ୍କର ସ୍ଲୋଗାନ ଥିଲା।