ରାୟଗଡା : ଶନିବାର ବିଜେପି ବିଧାୟକ ପ୍ରାର୍ଥୀ ବସନ୍ତ ଉଲ୍ଲାକାଙ୍କ କାର୍ଯ୍ୟଳୟରେ ହୋଇଥିବା ଆକ୍ରମଣ ଘଟଣାକୁ ନେଇ ନିଜ କାର୍ଯ୍ୟଳୟରେ ପ୍ରେସ ମିଟ ଦେଲେ ବସନ୍ତ ଉଲ୍ଲାକା। ଶ୍ରୀ ଉଲ୍ଲାକାଙ୍କ ସୂଚନା ଅନୁସାରେ ଶନିବାର ସଂଧ୍ୟା ପ୍ରାୟ ୭.୩୦ ସମୟରେ ସେ ନିଜ ବ୍ୟକ୍ତିଗତ କାର୍ଯ୍ୟାଳୟ ରେ କାର୍ଯ୍ୟକର୍ତ୍ତାଙ୍କ ସହ ବସି ଆଲୋଚନା କରୁଥିଲେ। ସେ ସମୟରେ ହଠାତ ୬ ରୁ ୮ ଜଣ ଦୁବୃର୍ତ୍ତ ଧାରୁଆ ଅସ୍ତ୍ର ଧରି ମରଣାତ୍ମକ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ। କାର୍ଯ୍ୟାଳୟର ଦୁଇ ଗୋଟି କବାଟ ହାଣି ଦେଇଥିଲେ। ଏସବୁ ଶବ୍ଦ ଶୁଣି ଯେତେବେଳେ ଲୋକ କାର୍ଯ୍ୟାଳୟ ବାହାରକୁ ବହାରିଥିଲେ ଏହା ଦେଖି ଦୁବୃର୍ତ୍ତ ମାନେ ଦୌଡି ପଳାଇଥିଲେ।
ତେବେ ସେ ସନ୍ଦେହ କରିଛନ୍ତି ଯେ ୧୪ ବର୍ଷ ତଳେ ଭାଗିରଥି ମାଣ୍ଡାଙ୍ଗି ହତ୍ୟା କେସ ରେ ବିଜେଡି ଜିଲ୍ଲା ସଭାପତି ତଥା ପୂର୍ବତନ ରାଜ୍ୟ ସଭା ସାଂସଦ ଭାସ୍କର ରାଓଙ୍କ ସମେତ ୬ ଜଣଙ୍କ ନାଁରେ ମାନ୍ୟବର ଅଦାଲତ ଗିରଫ ବିହୀନ ପରୱାନା ଜାରି କରିଥିଲେ। ଏହି କେସକୁ ଆଦିବାସୀ ସଙ୍ଘ ନେତା ତଥା ବିଜେପି ବିଧାୟକ ପାର୍ଥି ବସନ୍ତ ଉଲ୍ଲାକା ନେତୃତ୍ୱ ନେଇଥିଲେ ଯେହେତୁ ବସନ୍ତ ଭାଗିରଥି ହତ୍ୟା କେସର ଜଣେ ମୁଖ୍ୟ ସାକ୍ଷୀ ତେଣୁ ତାଙ୍କୁ ମରଣାତ୍ମକ ଆକ୍ରମଣ କରିବା ସହ ବ୍ୟକ୍ତିଗତ କାର୍ଯ୍ୟାଳୟକୁ ଭଙ୍ଗା ରୁଜା କରିଥିଲେ। ତେବେ ତାଙ୍କୁ ପୋଲିସ ସୁରକ୍ଷା ଦେବା ସହ ତୁରନ୍ତ ଅଭିଯୁକ୍ତମାନଙ୍କୁ ଧରିବା ନେଇ ସୂଚନା ଦେଇଛନ୍ତି।