ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ବ୍ରହ୍ମପୁର ସିଭିଲ ଇଞ୍ଜିନିୟର ଡେପୁଟି ଜେନେରାଲ ମ୍ୟାନେଜର ସୁବାଷ ଚନ୍ଦ୍ର ପଣ୍ଡା । ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଏହି ସରକାରୀ ଅଧିକାରୀଙ୍କ ଘରେ ଚଢ଼ାଉ କରିଛି । ଡିିଜିଏମ ସୁବାଷ ଚନ୍ଦ୍ର ପଣ୍ଡାଙ୍କ ଘରୁ କେଜିଏରୁ ଅଧିକ ସୁନା ଠାବ ହେଲାଣି ।
ଓଡ଼ିଶା ପୁଲିସ୍ ହାଉସିଂ ୱେଲଫେଆର୍ କର୍ପୋରେସନ୍(ଓପିଏଚଡବ୍ଲ୍ୟୁସି) ବ୍ରହ୍ମପୁର ଡିଭିଜନ୍ର ଡେପୁଟି ଜେନେରାଲ୍ ମ୍ୟାନେଜର୍(ଡିଜିଏମ) ସୁବାଷ ଚନ୍ଦ୍ର ପଣ୍ଡାଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଉଛି । ସୁବାଷଙ୍କର ଏକକାଳୀନ ୪ଟି ସ୍ଥାନରେ ଚଢ଼ାଉ କରାଯାଇଛି । ଭୁବନେଶ୍ୱର ଆଇଗିଣିଆ ଶଙ୍କରପୁରସ୍ଥିତ ମହାଦେବ ବିହାରରେ ଥିବା ଘର, ମଞ୍ଚେଶ୍ୱର ଥିବା ଘର, ବ୍ରହ୍ମପୁର ଖାରବେଳ ନଗରରେ ଥିବା ଭଡ଼ା ଘର ଏବଂ ମେଡ଼ିକାଲ ବ୍ୟାଙ୍କ କଲୋନୀରେ ଥିବା କାର୍ୟ୍ୟାବଳୟରେ ଯାଞ୍ଚ କରୁଛି ଭିଜିଲାନ୍ସ ।
ଚଢଉ ଚାଲିଥିବା ବେଳେ ଭିଜିଲାନ୍ସ ଡିଜିଏମଙ୍କ ଘରୁ କେଜିଏ ସୁନା ଠାବ କଲାଣି । ଭରତପୁର ଥାନା ଅନ୍ତର୍ଗତ ଆଇଗିଣିଆରେ ୩ ମହଲା କୋଠା, ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ବରିମୁଣ୍ଡା ବାଲିଯାତ୍ରା ପଡିଆ ନିକଟରେ ୨ ମହଲା କୋଠା, ଭୁବନେଶ୍ୱରରେ ୪ଟି ବହୁମୂଲ୍ୟ ପ୍ଲଟ, ଏକ କେଜିରୁ ଅଧିକ ସୁନା ଠାବ ହୋଇଛି । ୧୩ ଲକ୍ଷ ନଗଦ ଟଙ୍କା, ଗୋଟିଏ କ୍ରେଟାଓ ଆଉ ଗୋଟିଏ ବେନାମୀ କାର ଠାବ ହୋଇଛି । ଏବେ ବି ଡିଜିଏମଙ୍କ ଅନେକ ଠିକଣାରେ ଚଢଉ ଜାରି ରହିଛି । ଏହି ଚଢ଼ାଉରେ ୫ ଜଣ ଡିଏସପି, ୭ ଜଣ ଇନ୍ସପେକ୍ଟର ଓ ଅନ୍ୟ ଭିଜିଲାନ୍ସ କର୍ମଚାରୀ ସାମିଲ ଅଛନ୍ତି ।