ବାଲେଶ୍ୱର: ଅଜଣା ଗାଡି ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ । ଗତକାଲି ବିଳମ୍ବିତ ରାତିରେ ଯୁବକ ଜଣଙ୍କ କୌଣସି କାର୍ଯ୍ୟରେ ରାସ୍ତାରେ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାଟି ବାଲେଶ୍ୱର ଜିଲ୍ଲା ଚନ୍ଦନେଶ୍ୱର-ତାଳସାରି ରାସ୍ତା ବିନ୍ଧାପଦ୍ମପୁର ନିକଟରେ ଘଟିଛି । ଘଟଣା ସ୍ଥଳରେ ଯୁବକଙ୍କର ମୃତ୍ୟୁ ଘଟିଛି ।
ସୂଚନା ଅନୁସାରେ, ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ରାସ୍ତାରେ ଜଣେ ଯୁବକଙ୍କୁ ଚାପିଦେଲା ଅଜଣାଗାଡ଼ି। ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣଙ୍କ ବରବରଆ ଗାଁର ବୋଲି ସୂଚନା ମିଳିଛି । ଗତକାଲି ବିଳମ୍ବିତ ରାତିରେ ଚନ୍ଦନେଶ୍ୱର -ତାଳସାରି ରାସ୍ତା ବିନ୍ଧାପଦ୍ମପୁର ନିକଟରେ ଏକ ଅଜଣା ଗାଡ଼ି ଯୁବକଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ଯୁବକଙ୍କ ମୃତ୍ୟୁ ହୋଇଯାଇଥିଲା ।
ପୋଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି। ଏହା ଦୁର୍ଘଟଣା ନା ଦୁର୍ଘଟଣା ପଛରେ କାହାର ହାତ ଅଛି ସେନେଇ ଛାନଭିନ କରୁଛି ପୋଲିସ । ଅନ୍ୟପକ୍ଷରେ ଏହି ଦୁର୍ଘଟଣାକୁ ପୋଲସ ପକ୍ଷରୁ କିଛି ସ୍ପଷ୍ଟ ସୂଚନା ମିଳିନାହିଁ ।