ଭୁବନେଶ୍ୱର: ଗୋଟିଏ ପଟେ ଭାରତ ସହିତ ନୀବିଡ଼ ସମ୍ପର୍କ, ଆଉ ଗୋଟେ ଭାରତର ଚୀର ଶତ୍ରୁ ପାକିସ୍ତାନକୁ ଯୁଦ୍ଧାସ୍ତ୍ର ଯୋଗାଇ ପିଠିରେ ଛୁରୀ ଭୁଶି ଥିବା ତୁର୍କୀକୁ ଏବେ ସବୁଆଡ଼ୁ ବୟକଟ୍ କରାଯାଉଛି । ଭାରତୀୟ ବ୍ୟବସାୟୀମାନେ ସ୍ୱତଃପ୍ରତ ଭାବେ ତୁର୍କୀ ସହିତ ବ୍ୟବସାୟିକ ସମ୍ପର୍କ ଛିନ୍ନ କରୁଛନ୍ତି । ଓଡ଼ିଶାରେ ମଧ୍ୟ ସମାନ ସ୍ଥିତି ଉତ୍ପନ୍ନ ହୋଇଛି । ଆଉ ତୁର୍କୀ ସେଓ ବିକିବେନି ବୋଲି ଫଳ ବ୍ୟବସାୟୀମାନେ କହିଛନ୍ତି ।
ଭଦ୍ରକର ଜଣେ ଫଳ ବ୍ୟବସାୟୀ ବିକାଶ ମଣ୍ଡଳ କହିଛନ୍ତି, ସେ ଦେଶର ବିଭିନ୍ନ ସ୍ଥାନ ଜାମ୍ମୁ-କାଶ୍ମୀର, ହିମାଚଳ ପ୍ରଦେଶ, ବେଙ୍ଗାଲୁରୁ ଆଦି ସ୍ଥାନରୁ ଫଳ ଆଣି ବ୍ୟବସାୟ କରି ଥାଆନ୍ତି । ଏଥିରେ ତୁର୍କୀ ସେଓ ମଧ୍ୟ ରହିଥାଏ । ତୁର୍କୀ ସେଓ କିଣି ଓଡ଼ିଶାରେ ବିକ୍ରି କରିଥାଆନ୍ତି । କିନ୍ତୁ ପଡ଼ୋଶୀ ପାକିସ୍ତାନକୁ ତୁର୍କୀ ସାହାଯ୍ୟ କରୁଥିବାରୁ ସେଠାରୁ ଆଉ ମାଲ୍ ଆଣିବେ ନାହିଁ ବୋଲି ବିକାଶ କହିଛନ୍ତି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଗତକାଲି ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ସେଲେବି ଏୟାରପୋର୍ଟ ସର୍ଭିସେସର ସୁରକ୍ଷା କ୍ଲିୟରାନ୍ସ ପ୍ରତ୍ୟାହାର କରିନିଆଯାଇଛି । ତୁର୍କୀର ଗ୍ରାଉଣ୍ଡ ହ୍ୟାଣ୍ଡଲିଂ ଫାର୍ମ ହେଉଛି ସେଲେବି ଏୟାରପୋର୍ଟ ସର୍ଭିସେସ। ଦିଲ୍ଲୀ ଓ ମୁମ୍ବାଇରେ ଗ୍ରାଉଣ୍ଡ ହ୍ୟାଣ୍ଡଲିଂ ପରିଚାଳନା କରୁଥିଲା ଏହି ସଂସ୍ଥା । ତେବେ ଜାତୀୟ ସୁରକ୍ଷା ଦୃଷ୍ଟିରୁ ବ୍ୟୁରୋ ଅଫ୍ ସିଭିଲ୍ ଏଭିଏସନ୍ ସିକ୍ୟୁରିଟି ସେଲେବି ଏୟାରପୋର୍ଟ ସର୍ଭିସେସର ସୁରକ୍ଷା କ୍ଲିୟରାନ୍ସ ପ୍ରତ୍ୟାହାର କରିନେଇଥିବା କହିଛି।