ଭୁବନେଶ୍ୱର: ଓଡ଼ିଆ ୟୁଟ୍ୟୁବର୍ ତଥା ବ୍ଲଗର୍ ଲବ୍ ହାଁସଦାଙ୍କ ଅଡ଼ୁଆ ବଢ଼ିଛି । ଲବଙ୍କ ନାଁରେ ବେଙ୍ଗେଲୁରୁର ଏକ ଥାନାରେ ମାମଲା ରୁଜୁ ହୋଇଛି । ପ୍ରେମିକା ଆତ୍ମହତ୍ୟା କରିବା ମାମଲାରେ ତାଙ୍କ ପରିବାର ଲୋକ ଲବଙ୍କ ନାଁରେ ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି ।
ବେଙ୍ଗାଲୁରୁର ଏଚ ଏସ ଆର ଲେ ଆଉଟ ପୋଲିସ ଥାନାରେ ଲବ ବିରୋଧରେ ହୋଇଛି ଏତଲା । ଲବ ହାଂସଦାଙ୍କ ପ୍ରେମିକା ସୋଲମୀ ମୁର୍ମୁ ୨ ଦିନ ତଳେ ଆତ୍ମହତ୍ୟା କରିଥିବାବେଳେ ଏଥିପାଇଁ ଲବ ହାଁସଦାକୁ ଦାୟୀ କରିଛନ୍ତି ମୃତ ସୋଲମୀଙ୍କ ଭାଇ । ଲବଙ୍କ ପ୍ରେମିକା ସୋଲମୀ ମୁର୍ମୁଙ୍କ ଘର ବିହାରର ମୂଳ ବାସିନ୍ଦା ଅଟନ୍ତି । ସେ ଜଣେ ବାଇକ୍ ରାଇଡର୍ । ସେ ବେଙ୍ଗାଲୁରୁରେ ଏକ ଘରୋଇ କମ୍ପାନୀରେ ଚାକିରି କରୁଥିଲେ । ଲବ୍ ଓ ସୋଲମୀଙ୍କ ମଧ୍ୟରେ ଅନେକ ଦିନର ପ୍ରେମ ସମ୍ପର୍କ ଥିଲା । ମାତ୍ର ତିନି ଦିନ ତଳେ ସୋଲମୀ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ଏହା ପରେ ମୃତ ସୋଲମୀଙ୍କ ଭାଇ ଲବଙ୍କ ନାଁରେ ବେଙ୍ଗାଲୁରୁର ଏଚ ଏସ ଆର ଲେ ଆଉଟ ପୋଲିସ ନିକଟରେ ଏତଲା ଦେଇଛନ୍ତି ।
ସୋଲମୀଙ୍କ ଭାଇଙ୍କ ଅଭିଯୋଗ ମୁତାବକ, ଲବ ହାଁସଦା ସୋଲମୀଙ୍କ ସହିତ ସମ୍ପର୍କରେ ଥିବା ସତ୍ତ୍ୱେ ସେ ଅନେକ ଝିଅଙ୍କ ସହିତ ସମ୍ପର୍କ ରଖିଥିଲେ । ଯାହାକୁ ସୋଲମୀ ଜାଣିପାରିବାରୁ ବିରୋଧ କରିଥିଲେ । ଏନେଇ ଦୁଇ ଜଣଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା । ଏହା ପରେ ଲବ ସୋଲମୀଙ୍କ ନିର୍ଯ୍ୟାତନା ଦେଇ ଆସୁଥିଲେ । ଶେଷରେ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲେ ସୋଲମୀ । ଏମିତିକି ଆତ୍ମହତ୍ୟାର କିଛି ସମୟ ପୂର୍ବରୁ ମଧ୍ୟ ସୋଲମୀ ଲବକୁ ଯୋଗାଯୋଗ କରିଥିଲେ ବୋଲି ତାଙ୍କ ଭାଇ କହିଛନ୍ତି ।