ପାରାଦୀପ : ପାରାଦୀପ ବନ୍ଦର ଗୋଟିଏ ଶିଳ୍ପାଞ୍ଚଳ। ବିଶ୍ଵ ଦରବାର ରେ ଓଡିଶାର ପରିଚୟ। ପାରାଦୀପରୁ ହିଁ ଓଡ଼ିଶାର ଭାଗ୍ୟଦୀପର ଉଦୟ ହେବ। ସାରା ଭାରତରେ ପାରାଦ୍ଵୀପ ବନ୍ଦର ଏକ ନମ୍ୱର୍ ବନ୍ଦର ହେବ ଏବଂ ଓଡିଶାର ଆହୁରି ବିକାଶ ହେବ ବୋଲି ନିର୍ବାଚନ ପୁର୍ବରୁ ପାରାଦୀପ ନିର୍ବାଚନ ମଣ୍ଡଳି ରାହାମା ଠାରେ କହିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ତେବେ ନିର୍ବାଚନ ଜିତିବା ପରେ ପ୍ରଥମ ଥର ପାଇଁ ପାରାଦ୍ଵୀପ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ତେବେ କେନ୍ଦ୍ରମନ୍ତ୍ରୀଙ୍କ ଆଗମନରେ ନୂତନ ବର୍ଷର ଆରମ୍ଭ ରୁ ହିଁ ଉଦୟ ହେବ ଓଡ଼ିଶାର ଭାଗ୍ୟଦୀପ।