ଗଜପତି: ଗଜପତି ଉତ୍ସବର ଚତୁର୍ଥ ଦିବସ ବହୁ ଆଡମ୍ବର ସହକାରେ ସ୍ଥାନୀୟ ଗଜପତି ଷ୍ଟାଡିୟମ ଠାରେ ଆୟୋଜିତ ହୋଇଯାଇଛି। ଜିଲ୍ଲା ସଂସ୍କୃତି ବିଭାଗର ଅଧ୍ୟକ୍ଷ ତଥା ଜିଲାପାଳ ବିଜୟ କୁମାର୍ ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଗଜପତି ଜିଲ୍ଲା ଦୌରା ଜଜ ପ୍ରବଣ କୁମାର ରାଉତ ରାୟ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ କେନ୍ଦ୍ରାପଡ଼ା ଜିଲାପାଳ ସ୍ମୁତି ରଞ୍ଜନ ପ୍ରଧାନ ଯୋଗଦେଇଥିଲେ। ଏହି ଅବସରରେ ଆୟୋଜିତ ଚତୁର୍ଥ ସନ୍ଧ୍ୟାରେ ୧୪ଟି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।
ଏହି ସନ୍ଧ୍ୟାରେ କୁଚୁପୁଡି ନୃତ୍ୟ, ଗୋଷାଣୀ ବ୍ଳକର ଲୋକ ନୃତ୍ୟ,ଟାଇକୋଣ୍ଡୁ ଏକାଡେମୀର କ୍ରିଡ଼ା ପ୍ରଦର୍ଶନ,ଭିନ୍ନକ୍ଷମ ଅନୁଷ୍ଠାନର କାର୍ଯ୍ୟକ୍ରମ, କିନ୍ନର ମାନଙ୍କ ରାମ ବନବାସ କାହାଣୀ ଭଳି ଅନେକ ନୃତ୍ୟ ପ୍ରଦର୍ଶନ ହୋଇଥିଲା। ଏପରିକି ବନବିଭାଗର ସଚେତନତା ବାର୍ତ୍ତା ଗଜପତି ଜିଲ୍ଲାର ସବୁଜ ବନାନୀକୁ ସୁରକ୍ଷା,ପଶୁପକ୍ଷୀର ସୁରକ୍ଷା ନିମିତ ଆୟୋଜିତ ନାଟକ ଘଣ୍ଟା ଘଣ୍ଟା ଧରି ଶିତୁଆ ପାଗରେ ବିଳମ୍ବିତ ରାତି ପର୍ୟ୍ୟନ୍ତ ଦର୍ଶକଙ୍କୁ ବାନ୍ଧି ରଖିଥିଲା। ତେବେ ବିଭିନ୍ନ କାର୍ଯ୍ୟକ୍ରମରେ ଶ୍ରେଷ୍ଠ ହୋଇଥିବା ବ୍ୟକ୍ତିମାନଙ୍କୁ ସମ୍ମାନିତ କରାଯାଇଥିଲା।