କେନ୍ଦ୍ରାପଡା ; କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଅଙ୍ଗରଖ ଗାଁର ଡକାୟତି ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ । ଡକାୟତି ଘଟଣାରେ ୭ଜଣ ଡକାୟତଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ସୁନା ଗହଣା, ନଗଦଟଙ୍କା,ଜବତ କରିଛି ଆଳି ପୋଲିସ ।
ସୂଚନା ଅନୁସାରେ , ଗତ ୫ ତାରିଖରେ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଅଙ୍ଗlରଖ ଗାଁରେ ରାତି ପ୍ରାୟ ଆଠଟା ରେ ପ୍ରଭାକାର ପ୍ରଧାନ ଘରେ ଡକାୟତମାନେ ଜୋର ଜବରଦସ୍ତ ପଶି ଆସିଥିଲେ । ଏହି ସମୟରେ ପ୍ରଭାକର ଓ ତାଙ୍କ ବୋହୁ ବାଧା ଦେବାରୁ ତାଙ୍କୁ ଭୂଜାଲି ମାଡ଼ କରିଥିଲେ ।
ଏବଂ ଘରେ ଥିବା ଗଡ୍ରେଜ୍ ଲକର ଭାଙ୍ଗି ନଗଦ ଟଙ୍କା ଓ ୪ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ସୁନା ଗହଣା ଲୁଟି ନେଇଥିଲେ ।
ଏହି ଘଟଣା ରେ ଆଳି ପୁଲିସ ମିଳିଛି ଏକ ବଡ଼ ସଫଳତା l ଘଟଣା ର ୧୭ ଦିନ ମଧ୍ୟରେ ସାତ ଜଣ ଦୁର୍ଦାନ୍ତ ଡକାୟତ ଙ୍କୁ କେନ୍ଦ୍ରାପଡ଼ା ସ୍ପେଶାଲ ସ୍କ୍ୱାଡ଼ ଓ ଆଳି ପୁଲିସ ଗିରଫ କରିଛି l ସାତ ଜଣ ଡକାୟତ ଙ୍କ ଠାରୁ ଏକ ଦେଶୀ ବନ୍ଧୁକ, ଦୁଇଟି ତେଲେଙ୍ଗାନା କଟୁରୀ, ୪୬ ହଜାର ଟଙ୍କା, ତିନୋଟି ବାଇକ, ୬ ଟି ମୋବାଇଲ, ସୁନା ଓ ରୂପା ଜବତ କରଯାଇଛି l
ଡକାୟତ ମାନେ ହେଲେ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅଞ୍ଚଳର ପ୍ରଦୀପ ମଲିକ, କିରଣ ସେଠି, ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅଞ୍ଚଳ ର ଜୟନ୍ତ ରାଉତ,ସଞ୍ଜୟ ମଲିକ ଓ ନିକିରାଇ ଥାନା ଅଞ୍ଚଳର ବାବୁଶେଖ ମୁସ୍ତାକିମ, ମାର୍ଶାଘାଇ ଥାନା ଅଞ୍ଚଳର ହୃଷିକେଶ ମଲିକ ଓ କେନ୍ଦ୍ରାପଡ଼ା ସଦର ଥାନା ଅଞ୍ଚଳର ରାମଚନ୍ଦ୍ର ସାହୁ l ଏମାନଙ୍କ ନାଁ ରେ ଜିଲ୍ଲା ଓ ଜିଲ୍ଲା ବାହାରେ ବିଭିନ୍ନ ଥାନା ରେ ଡକାୟତି ମାମଲା ରହିଥିବା ଆଳି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି l