ମୟୁରଭଞ୍ଜ : ଶିମିଳିପାଳକୁ ମହାରାଷ୍ଟ୍ରରୁ ଆସିଥିବା ଦୁଇ ବାଘୁଣୀଙ୍କ ସମ୍ପର୍କରେ ତଥ୍ୟ ଦେଲା STR । ଦୁଇ ବାଘୁଣୀ ଏବେ ବିପରୀତ ଦିଗରେ । ଏବେ ବାଘୁଣୀ "ଜମୁନା" କୁଳଡିହା ଅଞ୍ଚଳରେ ବିଚରଣ କରୁଥିବା ବେଳେ ସୁସ୍ଥ ଏବଂ ସକ୍ରିୟ ରହିଛି । ସେହିପରି "ଜିନ୍ନତ୍" ଏବେ ପଶ୍ଚିମବଙ୍ଗ ଝାଡଗ୍ରାମ ଜିଲ୍ଲାର ବେଲପାହାଡି ଜଙ୍ଗଲରେ ରହିଛି । ଶିମିଳିପାଳ କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ ଦୁଇ ବାଘୁଣୀ ଏବେ ସମ୍ପୂର୍ଣ୍ଣ ସୁସ୍ଥ ଓ ସକ୍ରିୟ ଭାବେ ବୁଲାବୁଲି କରୁଛନ୍ତି । ତେଣୁ ଜିନ୍ନତ୍ ଉପରେ ଉଭୟ ଓଡିଶା ଓ ପଶ୍ଚିମବଙ୍ଗର ବନ ବିଭାଗ କଡ଼ା ନଜର ରଖିଛନ୍ତି । ତାକୁ ଟ୍ରାଙ୍କୁଲାଇଜ୍ କରି ସୁସ୍ଥ ଭାବେ ଶିମିଳିପାଳକୁ ଫେରାଇ ଆଣିବା ପାଇଁ ପ୍ରୟାସ ଜାରି ରହିଥିବା କହିଛନ୍ତି ଶିମିଳିପାଳ କ୍ଷେତ୍ର ନିର୍ଦ୍ଦେଶକ ଡା. ପ୍ରକାଶ ଚାନ୍ଦ ଗୋଗୀନେନି । ଜିନ୍ନତ୍କୁ ନେଇ ଗତ ୧୫ ଦିନ ହେଲାଣି ଚିନ୍ତାରେ ଅଛନ୍ତି ୩ ରାଜ୍ୟର ବନ ବିଭାଗ । ବର୍ତ୍ତମାନ ପଶ୍ଚିମବଙ୍ଗରେ ମଧ୍ୟ ଝାଡ଼ଖଣ୍ଡ ଭଳି ଭୟର ବାତାବରଣ ରହିଛି ।