ଆଜିଠୁ କମିବ ବର୍ଷା, ବଢିବ ଶୀତ। ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ଅବପାତ ପୂର୍ବ-ଉତ୍ତର-ପୂର୍ବ ଦିଗରେ ଗତି କରୁଛି। ଆଜି ଲଘୁଚାପରେ ପରିଣତ ହେବ ଅବପାତ । ଏହାପରେ ସମୁଦ୍ର ଭିତରେ ହିଁ ଦୁର୍ବଳ ହେବ ବୋଲି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । ଯାହା ଫଳରେ ବର୍ଷା କମିବ ଏବଂ ଶୀତ ବଢ଼ିବ।
ତେବେ ନୟାଗଡର ରଣପୁରରେ ସର୍ବାଧିକ ୧୦୮.୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ସେହିପରି ବେଗୁନିଆରେ ୮୪, ପିପିଲି, ଜଟଣୀ ଓ ଖୋର୍ଦ୍ଧାରେ ୭୫ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଏହାସହ ଆଜି ଦକ୍ଷିଣ ଉପକୂଳ ଜିଲ୍ଳାର କିଛି ଅଞ୍ଚଳରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। ଅନ୍ୟପଟେ ଦୁଇ ଦିନ ଲଗାତାର ବର୍ଷାରେ ଚାଷୀର ଫସଲ ଉଜୁଡି ଯାଇଥିବା ବେଳେ ଆସନ୍ତା ୨୭ କିମ୍ବା ୨୮ ତାରିଖ ବେଳକୁ ଓଡ଼ିଶାରେ ପୁଣି ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରାଯାଇଛି।