କବିସୂର୍ଯ୍ୟନଗର: ଗଞ୍ଜାମ କବିସୂର୍ଯ୍ୟନଗର ଥାନା ଖଜାପଲ୍ଲୀ ଗାଁ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା। ଭାରସାମ୍ୟ ହରାଇ ବୃଦ୍ଧଙ୍କୁ ଧକ୍କା ଦେଲା ବାଇକ। ଫଳରେ ଜଣେ ବୃଦ୍ଧ ଏବଂ ବାଇକ ଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମୃତକ ହେଲେ ମଠସରସିଂ ଶାଳବଣ ଗ୍ରାମର କାଶୀନାଥ ସେଠୀ ଓ ରାଣିପଡ଼ା ଗ୍ରାମର ମିଟୁ ପରିଡ଼ା। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଂଚି ମୃତଦେହକୁ ଉଦ୍ଧାର କରି ଘଟଣାର ତଦନ୍ତ ଜାରି ରଖିଛି।
ସୂଚନା ଅନୁଯାୟୀ, ରାଣୀପଡାର ମିଟୁ ପରିଡା ମଞ୍ଚ ନାଟକ ସାରି ବାଇକରେ ନିଜ ଗ୍ରାମ ଅଭିମୁଖେ ଯାଉଥିଲେ। ଏହି ସମୟରେ ହଠାତ ବାଇକଟି ଭାରସାମ୍ୟ ହରାଇ ରାସ୍ତାରେ ଯାଉଥିବା ଜଣେ ବୃଦ୍ଧଙ୍କୁ ଧକ୍କା ଦେଇଥିଲା। ଯାହା ଫଳରେ ମିଟୁ ଓ କାଶୀନାଥ ତଳେ ପଡ଼ି ଗୁରୁତର ହୋଇଥିଲେ। ତୁରନ୍ତ ସ୍ଥାନୀୟ ଲୋକେ ବାଇକ ଚାଳକ ମିଟୁକୁ ଉଦ୍ଧାର କରି ଚିକିତ୍ସା ପାଇଁ ପୋଲସରା ମେଡ଼ିକାଲକୁ ପଠାଇଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେହିପରି କାଶୀନାଥଙ୍କୁ ଉଦ୍ଧାର କରାଯାଇ କୋଦଳା ମେଡିକାଲକୁ ପଠାଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମଧ୍ୟ ମୃତ ଘୋଷଣା କରିଥିଲେ। ତେବେ ଏହି ଘଟନାଶ ପରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳି ଯାଇଛି।
ଅଧିକ ପଢନ୍ତୁ : କଟକରେ ଭୁଶୁଡ଼ିଲା ପୁରୁଣା କୋଠାର ବାଲକୋନୀ, ଚାଲିଗଲେ ବାପା-ପୁଅ-ନାତି