ଢେଙ୍କାନାଳରେ ଅଂଶୁଘାତରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତ ଦୁଇଜଣ ହେଉଛନ୍ତି ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ଓ୍ବାର୍ଡ-୧ ର ୫୨ ବର୍ଷ ବୟସ୍କ ସୁଧାଂଶୁ ଭୁଷଣ ପୃଷ୍ଟି ଓ ଅନ୍ୟ ଜଣେ ବାରୁଆଁ ପଞ୍ଚାୟତ ମଠଖୋକସା ଗ୍ରାମର ୩୦ ବର୍ଷୀୟ କବି ରାଉତ ।
ସୂଚନା ଅନୁଯାୟୀ ସୁଧାଂଶୁ ଜଣେ ପରିବା ବ୍ୟବସାୟୀ ଥିବା ବେଳେ ଦୋକାନ ବନ୍ଦ କରି ଘରକୁ ଫେରୁଥିବା ସମୟରେ ଯିବା ରାସ୍ତାରେ ଟଳି ପଡିଥିଲେ । ସ୍ଥାନୀୟ ଲୋକେ ସୁଧାଂଶୁଙ୍କୁ ଉଦ୍ଧାର କରି ଭୁବନ ମେଡିକାଲରେ ଭର୍ତ୍ତି କରାଇଥିଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେହିପରି ଭୁବନ ଥାନା ଅନ୍ତର୍ଗତ ମଠଖୋକସା ଗ୍ରାମର କବି ରାଉତ ଘରେ ବସିଥିବା ସମୟରେ ଅତ୍ୟଧିକ ଗରମ ଯୋଗୁଁ ଅସୁସ୍ଥ ଅନୁଭବ କରି ତଳେ ପଡିଯାଇଥିଲେ । ପରିବାର ଲୋକେ ତାଙ୍କୁ ଭୁବନ ମେଡିକାଲରେ ଭର୍ତ୍ତି କରାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମଧ୍ୟ ମୃତ ଘୋଷଣା କରିଥିଲେ । ତେବେ ଦୁଇ ମୃତକଙ୍କ ପରିବାର ଲୋକେ ଅଂଶୁଘାତ ଜନିତ ମୃତ୍ୟୁ ହୋଇଥିବା ଥାନାରେ ଅଭିଯୋଗ ପରେ ପୋଲିସ ଦୁଇ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ ।