ନାମାଙ୍କନ ପତ୍ର ଦାଖଲ କଲେ ଦୁଇ ବିଜେପି ବିଧାୟକ ପ୍ରାର୍ଥୀ ଖବର ଓଡିଶା :- 24/04/2024 Share story: ରାୟଗଡ ଜିଲ୍ଲାର ଦୁଇଟି ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ ତାଲିକା ଘୋଷଣା ପରେ ବୁଧବାର ବିଜେପି ପ୍ରାର୍ଥୀ ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟରେ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ରାୟଗଡ ନିର୍ବାଚନୀ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ବସନ୍ତ ଉଲାକା ପ୍ରାୟ ୪ହଜାର ସମର୍ଥକଙ୍କ ସହ ମଝିଘରିଆଣୀଙ୍କ ମନ୍ଦିରରୁ ଆଶୀର୍ବାଦ ନେଇ ମୁଖ୍ୟ ରାସ୍ତାରେ ପଦଯାତ୍ରା କରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ସେହିଭଳି ବିଷମକଟକ ନିର୍ବାଚନୀ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ନୁଣ୍ଡ୍ରୁକା ନିଜର ପ୍ରାୟ ୩ହଜାର ସମର୍ଥକଙ୍କ ସହ ଆସି ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । BJP Baisakhi Rani, Author, 24/04/2024