ଆଷାଢ଼ ଶୁକ୍ଳ ତ୍ରୟୋଦଶୀ ତିଥିରେ ମଙ୍ଗଳବାର ମହାପ୍ରଭୁଙ୍କ ନୀଳାଦ୍ରି ବିଜେ ନୀତି ଅନୁଷ୍ଠିତ ହୋଇଯାଇଛି। ରଥଯାତ୍ରା ଶେଷକରି ଶ୍ରୀମନ୍ଦିର ରତ୍ନ ସିଂହାସନକୁ ଫେରିଛନ୍ତି ଦାରୁବ୍ରହ୍ମ। ତେବେ ଆଜିଠୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଲୀଳାଖେଳା ପୁଣି ଆରମ୍ଭ ହେବ। ଶ୍ରୀମନ୍ଦିର ରତ୍ନ ସିଂହାସନରେ ଦାରୁବ୍ରହ୍ମ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ। ତେବେ ଆଜିଠୁ ପୁଣି ଭକ୍ତଙ୍କୁ ମିଳିବ ନୀଳାଚଳ ଅବଢ଼ା। ତେବେ ମହାପ୍ରଭୁଙ୍କର ପ୍ରଥମ ନୀଳାଚଳ ଅବଢ଼ା ପାଇବା ପାଇଁ ଭକ୍ତ ବ୍ୟାକୁଳ ହୋଇପଡିଛି। ତେଣୁ ସକାଳୁ ପ୍ରହରରୁ ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଛି। ସଭିଙ୍କ ମନରେ ରହିଛି ମହାପ୍ରଭୁଙ୍କୁ ଦର୍ଶନ କରି ମହାସୁଖ ପ୍ରାପ୍ତି କରିବା।
Read More >