ଢେଙ୍କାନାଳ: ଆଜିଠୁ ବିଶ୍ବ ପ୍ରସିଦ୍ଧ ଯୋରନ୍ଦା ମେଳା। ଏଥିପାଇଁ ସଜେଇ ହୋଇଛି ଯୋରନ୍ଦା ମହିମାପୀଠ। ଏପରିକି ଚଳଚଞ୍ଚଳ ଢେଙ୍କାନାଳ ଜିଲ୍ଲାର ଗଁଦିଆ ବ୍ଲକ ମହିମାଗାଦି। ତେବେ ଏହି ଯୋରନ୍ଦା ମେଳାରେ ରାଜ୍ୟ ଓ ରାଜ୍ୟ ବାହାରୁ ହଜାର ହଜାର, ସାଧୁସନ୍ଥ, ଧର୍ମାବଲମ୍ବି ଓ ଲକ୍ଷ, ଲକ୍ଷ ପର୍ଯ୍ୟଟକଙ୍କ ସମାଗମ ହୋଇଛି। ତେବେ ଭକ୍ତ ଏବଂ ସାଧୁସନ୍ଥଙ୍କ ସମାଗମକୁ ଦେଖି ପ୍ରଶାସନ ଓ ପୋଲିସ ପ୍ରଶାସନ ତଥା ଯୋରନ୍ଦା ପଞ୍ଚାୟତ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି। ତେବେ ଏହି ଯୋରନ୍ଦା ମେଳା ପାଇଁ ଯୋରନ୍ଦା ମହିମାପୀଠରେ ଚାଲିଛି ପୂଜାର୍ଚନା ଏବଂ ମହଣ , ମହଣ ଘୃତରେ ବିଶ୍ଵର ମଙ୍ଗଳ ପାଇଁ ତଥା ଜଗତ, ଭଗତ ମାନଙ୍କର ମଙ୍ଗଳ କାମନା କରି ପ୍ରଜ୍ଵଳିତ ହେବ ଝାଡ଼ ଦ୍ୱିତ। ଏପରିକି ଭକ୍ତମାନେ ଆଣିଥିବା ଲକ୍ଷାଧିକ ନଡ଼ିଆ ପୋଡା ଯିବ। ଏହାସହିତ ମାନସୀକ ଧାରୀ ମାନେ ଚୁଟି ମଣ୍ଡଳ କରିବେ। ସେହି ପରି ପ୍ରତିବର୍ଷ ବ୍ୟବସାୟ ପାଇଁ ଆସୁଥିବା ଦୋକାନୀ ମାନେ ନିଜ ନିଜର ବ୍ୟବସାୟ ପାଇଁ ଟେଣ୍ଟ ଲଗାଇଲେଣୀ ଚଳିତ ବର୍ଷ ଭଲ ବ୍ୟବସାୟ କରି ଭଲ ରୋଜଗାର କରିବାକୁ ଆଶା କରିଛନ୍ତି ।