ମାର୍ଗଶୀର ଶୁକ୍ଳ ଦ୍ୱାଦଶୀ ବ୍ୟଂଜନ ଦ୍ୱାଦଶୀ ବା ଅଖଣ୍ଡ ଦ୍ୱାଦଶୀ ନାମରେ ଜଣା । ଦ୍ୱାପର ଯୁଗର ଲୋକକଥା ଓ ପରମ୍ପରାକୁ ଉଜ୍ଜୀବିତ କରି ରଖିବା ପାଇଁ ପ୍ରତିବର୍ଷ ଏହି ପର୍ବ ପାଳନ ହୋଇଆସୁଛି । ଆଜିର ଦିନରେ ଯଶୋଦା ମା ତାଙ୍କ ପୁତ୍ର ଶ୍ରୀକୃଷ୍ଣଙ୍କ ପାଇଁ ନାନାଦି ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ କରି ଖାଇବାକୁ ଦେଇଥିବାର କିମ୍ବଦନ୍ତୀ ରହିଛି । ସେହି ପରମ୍ପରାକୁ ପାଳନ କରିବାକୁ ଯ୍ଧବ ଆଜିର ଦିନରେ ପୁରୀର ଗୈାରବିହାର ଆଶ୍ରମଠାରେ ବ୍ୟଞ୍ଜନ ଦ୍ୱାଦଶୀ ଉତ୍ସବ ପାଳିତ ହୁଏ । ଏହି ଦ୍ୱାଦଶୀରେ ଅନୁଷ୍ଠିତ ଧର୍ମକର୍ମର ଫଳ ଖଣ୍ଡିତ ହୁଏ ନାହିଁ ।
କିମ୍ବଦନ୍ତୀ ଅନୁଯାୟୀ,ଭଗବାନ କୃଷ୍ଣ ସବୁବେଳେ ମାତା ଯଶୋଦାଙ୍କ ପାକହରେ ଅଳି କରୁଥିଲେ । ମାତା ଯଶୋଦା ତାଙ୍କୁ ଶାନ୍ତ କରିବା ପାଇଁ ଆଜିର ଦିନରେ ଯଶୋଦା ମା’ ତାଙ୍କ ପୁତ୍ର ଶ୍ରୀକୃଷ୍ଣଙ୍କ ପାଇଁ ନାନାଦି ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ କରିଥିଲେ । ସମସ୍ତ ପ୍ରକାର ବ୍ୟଞ୍ଜନକୁ ପ୍ରସ୍ତୁତ କରି ଖାଇବାକୁ ଦେଇଥିଲେ । ସେହି ପରମ୍ପରାକୁ ପାଳନ କରିବାକୁ ଯାଇ ଆଜିର ଦିନରେ ପୁରୀର ଗୌରବିହାର ଆଶ୍ରମଠାରେ ବ୍ୟଞ୍ଜନ ଦ୍ବାଦଶୀ ଉତ୍ସବ ପାଳିତ ହୋଇଥାଏ । ଏହି ପର୍ବ ଅବସରେ ବିଭିନ୍ନ ପ୍ରକାରର ଚଟଣୀ, ଅନ୍ନ, ଶତାଧିକ ପ୍ରକାରର ତରକାରୀ, ପାମ୍ପଡ, ରାଇତା ସହ କ୍ଷୀରି ଆଦି ଭୋଗ ପ୍ରସ୍ତୁତ ହୁଏ। ବ୍ୟଞ୍ଜନ ଦ୍ଵାଦଶୀ ଗୌଡ଼ୀୟ ବୈଷ୍ଣବ ସଂପ୍ରଦାୟର ଶ୍ରାଦ୍ଧାଳୁମାନଙ୍କର ଏକ ପ୍ରମୁଖ ପର୍ବ ହୋଇଥିବାରୁ କୃଷ୍ଣଲୀଳାର ଏହି ପର୍ଯ୍ୟାୟକୁ ଗୌଡ଼ୀୟ ବୈଷ୍ଣବଧର୍ମୀମାନେ ନିଷ୍ଠାର ସହିତ ପାଳନ କରିଥାନ୍ତି ।