ଖ୍ରୀଷ୍ଟ ଧର୍ମଲମ୍ବୀ ମାନଙ୍କ ପାଇଁ ଆଜି ଏକ ବିଶେଷ ଦିନ। କାରଣ ଆଜି ହେଉଛି ପବିତ୍ର ଗୁଡ୍ ଫ୍ରାଇଡେ। ଆଜିର ଦିନରେ ପୁରା ବିଶ୍ୱରେ ଯୀଶୁଙ୍କୁ ସ୍ମରଣ କରି ବିଭିନ୍ନ ଚର୍ଚ୍ଚରେ ସ୍ୱତନ୍ତ୍ର ପ୍ରାର୍ଥନା କରିଥାନ୍ତି ଖ୍ରୀଷ୍ଟ ଧର୍ମଲମ୍ବୀ। ତେବେ ଯୀଶୁ ଖ୍ରୀଷ୍ଟଙ୍କ କୁଶବିଦ୍ଧ ଏବଂ ମହାପ୍ରୟାଣ ଦିବସକୁ ସମଗ୍ର ବିଶ୍ବର ଖ୍ରୀଷ୍ଟିଆନ ଧର୍ମାଲମ୍ବୀମାନେ ଗୁଡ ଫ୍ରାଇଡେ ଭାବରେ ପାଳନ କରୁଛନ୍ତି। ଏହିଦିନ ସମସ୍ତ ଖ୍ରୀଷ୍ଟ ଧର୍ମର ଭାଇ ଭଉଣୀ ମାନେ ଏକାଠି ହୋଇ ଯୀଶୁଙ୍କୁ ପୂଜାର୍ଚନା କରି ବାଇବେଲ ପଠନ କରନ୍ତି। ତେବେ ଆଜି ମଧ୍ୟ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବେଶ ଧୁମ ଧାମରେ ଗୁଡ଼ ଫ୍ରାଇଡେ ପାଳନ କରାଯାଉଛି।