ଆଜି ଶ୍ରୀ ମନ୍ଦିରରେ ଶ୍ରୀ ଜୀଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଆଉ ଏହି ନୀତି ଗୁପ୍ତ ନୀତି ହୋଇଥିବାରୁ ସାଧାରଣ ଲୋକ ପାଇଁ ୪ ଘଣ୍ଟା ଜଗା ଦର୍ଶନ ବନ୍ଦ ରହିବ । ଦ୍ୱିତୀୟ ଭୋଗମଣ୍ଡପରେ ଭୋଗ ଶେଷ ହେବାପରେ ଅପରାହ୍ନ ୫ଟାରୁ ଏହି ନୀତି ଆରମ୍ଭ ହୋଇ ରାତି ୯ଟାରେ ଶେଷ ହେବ । ଆଉ ଏହି ସମୟରେ ସାଧାରଣ ଦର୍ଶନ ବନ୍ଦ ରହିବ । ଆଜି କାର୍ତ୍ତିକ ମାସ କୃଷ୍ଣ ଦଶମୀ ମଳ ତିଥି ମଧ୍ୟ ହୋଇଥିବାରୁ ଶ୍ରୀ ମନ୍ଦିରରେ ଶ୍ରୀଜୀଉଙ୍କ ଦର୍ଶନ ପାଇଁ ମଧ୍ୟ ଭିଡ଼ ହେବ ବୋଲି ଅନୁମାନ କରାଯାଉଛି । ପ୍ରତି ବୁଧବାର ଦିନ ଶ୍ରୀ ମନ୍ଦିରରେ ଶ୍ରୀ ଜୀଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହୁଏ । ପାଳିଆ ପୂଜାପଣ୍ଡା, ପାଳିଆ ଖୁଣ୍ଟିଆ, ପାଳିଆ ପୁଷ୍ପାଳକ, ମୁଦୁଲି ଆଦି ସେବକଙ୍କ ଦ୍ୱାରା ଏହି ନୀତି ସମ୍ପର୍ଣ୍ଣ ହୋଇଥାଏ ।
ଆଗକୁ ପଢ଼ନ୍ତୁ: ବୁଧବାର ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ବନକଲାଗି ନୀତି : ବନ୍ଦ ରହିବ ସାଧାରଣ ଦର୍ଶନ