ଭୁବନେଶ୍ଵର: ଆଜି ବିଧାନସଭା ଶୀତ ଅଧିବେଶନର ଥିଲା ଚତୁର୍ଥ ଦିନ। ଗୃହରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି । ରାଜ୍ୟର କେତେକ ଜେଲ୍ ରୁ କେତେ କଏଦୀ ଫେରାର ହୋଇଛନ୍ତି ଏନେଇ ବିଧାନସଭାରେ ଆଜି ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ରାଜ୍ୟର ବିଭିନ୍ନ ଜେଲ୍ରୁ କଏଦୀ ଫେରାର ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲିଖିତ ଉତ୍ତର ଦେଇ କହିଛନ୍ତି ,' ଗତବର୍ଷ ଜୁଲାଇରୁ ଏଯାବତ୍ ୯ଟି ଜେଲ୍ ରୁ ୧୩ କଏଦୀ ଫେରାର ହୋଇଛନ୍ତି । ତେବେ ‘ଫେରାର କଏଦୀଙ୍କ ମଧ୍ୟରୁ ୬ ଜଣ ପୋଲିସ ଦ୍ବାରା ଧରା ପଡିଛନ୍ତି । ବର୍ଷକ ମଧ୍ଯରେ ୩୧ ଜଣ ବିଚାରାଧୀନ କଏଦୀଙ୍କ ଜେଲ୍ରେ ମୃତ୍ୟୁ ହୋଇଛି’ । ସେହିପରି ଜେଲ୍ ରେ ୮ ଜଣ କଏଦୀ ଆତ୍ମହତ୍ୟା କରିଛନ୍ତି ଏବଂ ୩୯ ଅଭିଯୁକ୍ତ ପୋଲିସ ହେପାଜତରୁ ଚମ୍ପଟ ହୋଇଛନ୍ତି ।
ସେହିପରି ମୁଖ୍ଯମନ୍ତ୍ରୀ କହିଛନ୍ତି ନୂଆ ସରକାର ଆସିବା ପରେ ୫୧ଜଣ ବାଂଲାଦେଶୀ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪୯ଜଣଙ୍କୁ ବାଂଲାଦେଶ ପଠାଯାଇଛି । ଖୋର୍ଦ୍ଧାରୁ ୨୪ଜଣ, କଟକରୁ ୧୫ଜଣ, ଗଞ୍ଜାମରୁ ୬ଜଣ, କନ୍ଧମାଳରୁ ୩ଜଣ, କୋରାପୁଟରୁ ଜଣେ । ଆଉ ଆଉ ୨ ବାଂଲାଦେଶୀ ଜାଲ ପାସପୋର୍ଟ କରି ଧରାପଡ଼ିଛନ୍ତି। ଧରାପଡ଼ିଥିବା ୨ ବାଂଲାଦେଶୀଙ୍କ ନାଁରେ ମାମଲା ହୋଇଛି।