ପୁରୀ : ମେଘନାଦ ପାଚେରୀରୁ ଝରୁଛି ପାଣି। ଶ୍ରୀମନ୍ଦିର ସ୍ନାନ ମଣ୍ଡପ ସମ୍ମୁଖ ଭାଗ ମେଘନାଦ ପାଚେରୀରୁ ପାଣି ଗଳୁଛି। ଶ୍ରୀମନ୍ଦିରର ସୁରକ୍ଷା କବଚ ମେଘନାଦ ପାଚେରୀରେ ଶିଉଳି ଲାଗିବା ସହ ଅନବରତ ସେହି ଧାରରେ ପାଣି ବାହାରୁଛି। ଗତବର୍ଷ ବି ସମାନ ଧରଣର ପାଣି ବାହାରିଥିଲା। ଗଣମାଧ୍ୟମ ପରେ ଚେତିଥିଲା ପ୍ରଶାସନ। କିନ୍ତୁ ଏହାପରେ ବି ଏବର୍ଷ ପୁଣି ମେଘନାଦ ପାଚେରୀରୁ ପାଣି ଗଳୁଛି। ଗ୍ରାଉଟିଂ କରାଯିବା ପରେ ଡ୍ରେନ୍ ପାଣି ପାଚେରି ଦେଇ ଝରିବା ବନ୍ଦ ହୋଇଯାଇଥିଲା ।
ତେବେ ପୁଣି ରାମଦୟା ପରିଷଦର ଠିକ୍ ପଛ ପାର୍ଶ୍ବରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି। ଯୋଡ଼େଇ ଦୁର୍ବଳ ହେଉଥିବାରୁ ଏହା ପାଚେରିକୁ ଦୁର୍ବଳ କରିବ ।ସାଧାରଣରେ ଏହି ସମସ୍ୟାର ସମ୍ପୂର୍ଣ୍ଣ ମରାମତି କରିବାକୁ ଦାବି ହୋଇଛି।