ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱର ସମେତ କଟକରେ ଛେଚିଲା ବର୍ଷା। ସକାଳୁ ପ୍ରବଳ ଖରା ପରେ ଅପରାହ୍ନରେ ପବନ ବର୍ଷାରେ ଭିଜିଲା ଟ୍ବିନସିଟି। ରାଜଧାନୀର ଅଧିକାଂଶ ଅଞ୍ଚଳରେ ପବନ ବର୍ଷା ଲାଗିରହିଥିବା ବେଳେ ଅଧିକାଂଶ ଅଞ୍ଚଳରେ କଳାହାଣ୍ଡିଆ ମେଘ ଢାଙ୍କି ହୋଇରହିଛି।
ପାଣିପାଗ ବିଭାଗ ପକ୍ଷରୁ ଆଗାମୀ ୩ ଘଣ୍ଟା ପାଇଁ ରାଜ୍ଯର ୧୨ ଜିଲ୍ଲାକୁ ମଧ୍ୟ କାଳବୈଶାଖୀ ବର୍ଷା ସତର୍କତା ଜାରି ହୋଇଛି। ଜଗତସିଂହପୁର, ଖୋର୍ଦ୍ଧା, ନୟାଗଡ, ମୟୁରଭଞ୍ଜ, କେନ୍ଦୁଝର, ଗଞ୍ଜାମ, ବୌଦ୍ଧ, ନୂଆପଡ଼ା, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଅନୁଗୁଳ ଜିଲ୍ଲାକୁ ସତର୍କତା ଜାରି ହୋଇଛି। ବିଜୁଳି ଘଡ଼ଘଡ଼ି ସହ ବର୍ଷା ଓ ୪୦ ରୁ ୫୦ କିମି ପବନ ବହିବା ସହ କିଛି ଅଞ୍ଚଳରେ କୁଆପଥର ବର୍ଷା ସମ୍ଭାବନା ରହିଛି।