ଭୁବନେଶ୍ୱର: ସାଧାରଣତଃ ଅକ୍ଟୋବର ଆଉ ନଭେମ୍ବର ମାସକୁ ଶୀତ ଋତୁର ମାସ ବୋଲି କୁହାଯାଏ । କିନ୍ତୁ ଚଳିତ ବର୍ଷ ନଭେମ୍ବର ଅଧା ହେବାକୁ ବସିଲାଣି, ଏଯାଏଁ ଆସିନି ଶୀତ । ଏଯାଏଁ ଆବଶ୍ୟକ ପଡିନି ଶୀତ ପୋଷାକ । କେବଳ ଦୁଇ ତିନି ଦିନ ହେବ ରାତିର ତାପମାତ୍ରା ସାମାନ୍ୟ ଖସିଛି ଯାହାଦ୍ୱାରା ହାଲୁକା ଥଣ୍ଡା ଲାଗୁଛି । କୋରାପୁଟ, ସୁନ୍ଦରଗଡ କନ୍ଧମାଳ ଭଳି ଆଭ୍ୟନ୍ତରୀଣ ଜିଲ୍ଲାରେ ହାଲୁକା ଶୀତ ହେବାକୁ ଲାଗିଲାଣି । ଏହା ସହ ଚଳିତ ବର୍ଷ ଡେରିରେ ଆସି ଶୀଘ୍ର ଚାଲିଯିବ ଶୀତ । ଯାହାକୁ ନେଇ ପୂର୍ବାନୁମାନ ପାଣିପାଗ ବିଭାଗ । ବର୍ତ୍ତମାନ ସୁଧା ଦକ୍ଷିଣ ଓ ଉପକୂଳ ଓଡିଶାର କିଛି ସ୍ଥାନରେ ୧୫ ଡିଗ୍ରୀ ତଳକୁ ଖସିଛି ପାରଦ । ଆଜିଠୁ ଉତ୍ତର ଓ ଉପକୂଳ ଓଡିଶାର କିଛି ଜିଲ୍ଲାରେ ୨ ରୁ ୩ ଡିଗ୍ରୀ ଖସିବ ପାରଦ । ଯାହାଦ୍ୱାରା ରାଜ୍ୟରେ କିଛି ମାତ୍ରାରେ ଥଣ୍ଡା ଅନୁଭୂତ ହେବ । ଅନ୍ୟପଟେ ପାଣିପାଗ ବିଶେଷଜ୍ଞଙ୍କ ମତ ଅନୁସାରେ ଚଳିତବର୍ଷ ମୌସୁମୀ ଋତୁରେ ଅବଧି ବୃଦ୍ଧି ସହ ବାରମ୍ବାର ଲଘୁଚାପ ଓ ବାତ୍ୟା ମୋନ୍ଥା ପ୍ରଭାବରୁ ଶୀତ ଋତୁ ଆସିବାରେ ବିଳମ୍ବ ହେଉଛି ।
ଶୀତର ଆଗମନ ବିଳମ୍ବ କାହିଁକି ?
ଏସବୁର କାରଣ ହଉଚି ଗ୍ଲୋବାଲ ୱାର୍ମିଙ୍ଗ । ଦିନକୁ ଦିନ ଅତ୍ୟଧିକ ଗଛକାଟିବା, ଜନସଂଖ୍ୟା ବଢିବା ସହ ଯାନବାହାନ ମଧ୍ୟ ବଢିବାରେ ଲାଗିଛି । ଯାହାଦ୍ୱାରା ଜଳବାୟୁ ପରିବର୍ତ୍ତନ ହେଉଛି । କାର୍ବନ ଡାଇଅକ୍ସାଇଡ (CO₂), ମିଥେନ (CH₄) ଏବଂ ଗ୍ଲୋବାଲ ୱାର୍ମିଙ୍ଗ ଯୋଗୁଁ ବାୟୁମଣ୍ଡଳରେ ଉତ୍ତାପ ଧରି ରହୁଛି। ଏହାସହ ହେଉଛି ଜେଟ ସ୍ଟ୍ରିମର ପରିବର୍ତ୍ତନ:ଜେଟ ସ୍ଟ୍ରିମ ହେଉଛି ଉଚ୍ଚ ବାୟୁମଣ୍ଡଳୀୟ ପବନ ଯାହା ପାଣିପାଗ ଚକ୍ରକୁ ନିୟନ୍ତ୍ରଣ କରେ। ଜଳବାୟୁ ପରିବର୍ତ୍ତନ ଯୋଗୁଁ ଜେଟ ସ୍ଟ୍ରିମର ଗତିପଥ ବିକୃତ ହେଉଛି, ଯାହା ଶୀତଳ ପବନକୁ ଭାରତ ଆଡେ ଆସିବାରେ ବାଧା ସୃଷ୍ଟି କରୁଛି। ତେବେ ସମୟ ଥାଉ ଥାଉ ଆମକୁ ସାବଧାନ ହେବାକୁ ପଡିବ, ନଚେତ୍ ଆଗକୁ ଆମକୁ ଖରାରେ ଜଳିବାକୁ ପଡିବ।
ଅଧିକ ପଢନ୍ତୁ: ପାଣିପାଗ ବିଭାଗର ସତର୍କତା ଜାରି