ଗଞ୍ଜାମ : ପୋଲିସ୍ ଏସ୍ଆଇ ପରୀକ୍ଷା କେଳେଙ୍କାରୀ ମାମଲା। ଆଜି ଶଙ୍କର, ସୁରେଶଙ୍କ ପଲିଗ୍ରାଫ୍ ଶୁଣାଣି ହେବ । ଜେଏମଏଫସି ରୁରାଲ୍ କୋର୍ଟରେ ଆବେଦନ କରିଥିଲା କ୍ରାଇମ୍ବ୍ରାଞ୍ଚ। ଜେରା ସମୟରେ ଉଭୟ ବୟାନ ବଦଳାଉଥିବା କ୍ରାଇମବ୍ରାଞ୍ଚ ସୂଚନା ଦେଇଛି । ବ୍ରହ୍ମପୁର ଜେଏମ୍ଏଫ୍ସି କୋର୍ଟରେ କ୍ରାଇମବ୍ରାଞ୍ଚ ପକ୍ଷରୁ ପଲିଗ୍ରାଫ୍ ଟେଷ୍ଟ ପାଇଁ ଆବେଦନ ହୋଇଥିବା ବେଳେ କୋର୍ଟ ଆଜି ଏହାର ଶୁଣାଣି କରିବେ । ଜେରା ବେଳେ ଉଭୟ ଶଙ୍କର ପୃଷ୍ଟି ଓ ସୁରେଶ ନାୟକ ମିଛ କହୁଛନ୍ତି ବୋଲି କ୍ରାଇମବ୍ରାଞ୍ଚ ସନ୍ଦେହ କରୁଛି ।
ସୂଚନା ଥାଉକି ଗତ ୪ ତାରିଖରେ ଦୁଇ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି । ଏସ୍ଆଇ କେଳେଙ୍କାରୀର ଦୁଇ ମାଷ୍ଟର ମାଇଣ୍ଡ ହେଉଛନ୍ତି ଶଙ୍କର ପୃଷ୍ଟି ଓ ସୁରେଶ ନାୟକ । ଗିରଫ ହେବା ଦିନ ଏୟାରପୋର୍ଟରେ ଚାଞ୍ଚଲ୍ୟକର ବୟାନ ଦେଇଥିଲା ଶଙ୍କର । ହଜାରେ କୋଟିର କେଳେଙ୍କାରୀ ଖୋଲିବାକୁ କହିଥିଲା। ମାତ୍ର ତଦନ୍ତ ସମୟରେ କିଛି ସହଯୋଗ କରୁନଥିବା ଏମିତି କି ବାରମ୍ବାର କଥା ବଦଳାଉଛି ବୋଲି କ୍ରାଇମବ୍ରାଞ୍ଚ ଅଧିକାରୀ ସୂଚନା ଦେଇଛନ୍ତି । ଯାହାକୁ ନେଇ ଉଭୟଙ୍କ ପଲିଗ୍ରାଫ ଟେଷ୍ଟ ନେଇ ଆବେଦନ ହୋଇଛି ।
ଅଧିକ ପଢନ୍ତୁ : ଆଜିଠାରୁ ସାଧାରଣ ଲୋକଙ୍କ ପାଇଁ ଇଣ୍ଡିଆନ୍ ରୋଡ୍ସ କଂଗ୍ରେସ ପ୍ରଦର୍ଶନୀ