ଭୁବନେଶ୍ୱର : ରାଜ୍ଯରେ ଚଳିତ ବର୍ଷ ଶୀତ ଏକପ୍ରକାର ଲୁଚକାଳି ଖେଳୁଥିବା ବେଳେ ଦୀର୍ଘ ଦିନ ବ୍ୟବଧାନ ପରେ ସୋମବାର ପ୍ରବଳ ଥଣ୍ଡା ଅନୁଭୂତ ହୋଇଛି l ଚଳିତ ବର୍ଷ ପ୍ରଥମ ଥର ପାରଦ ୧୦ଡିଗ୍ରୀ ତଳକୁ ଖସି ଆସିଛି। ଜି.ଉଦୟଗିରିରେ ଆଜି ସର୍ବନିମ୍ନ ତାପମାତ୍ରା ରେକର୍ଡ ହୋଇଛି।
ସ୍ଥାନୀୟ କୃଷି ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ସୋମବାର ୮.୪ ଡିଗ୍ରୀ ସେଲସିୟସ୍ ସହ ଜି.ଉଦୟଗିରିରେ ରାଜ୍ୟର ସବୁଠାରୁ କମ୍ ତାପମାତ୍ରା ରହିଥିବା ରେକର୍ଡ ହୋଇଛି । ଜି.ଉଦୟଗିରିରେ ତାପମାତ୍ରା ୮.୪ ଡିଗ୍ରୀ ସେଲସିୟସ୍ ରହିଥିବା ବେଳେ, ଦାରିଙ୍ଗବାଡ଼ିରେ ୧୦ ଡିଗ୍ରୀ ଓ ଫୁଲବାଣୀରେ ୧୧ ଡିଗ୍ରୀ ରେକର୍ଡ ହୋଇଛି। ପାରଦ ତଳମୁହାଁ ସାଙ୍ଗକୁ ଶୀତ ସହ ପ୍ରବଳ ଜାଡ଼ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି।
ଗତ କିଛିବର୍ଷ ହେବ ଜି.ଉଦୟଗିରି ଅଞ୍ଚଳରେ ରାଜ୍ୟର ସବୁଠାରୁ କମ୍ ତାପମାତ୍ରା ରହିବା ସହ ଅତ୍ୟଧିକ ଥଣ୍ଡା ଅନୁଭୂତ ହେଉଛି। ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅତ୍ୟଧିକ ଥଣ୍ଡା ତୁଷାରପାତ ହେବ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି।
ଅଧିକ ପଢନ୍ତୁ : ନଭେମ୍ବରରେ ବି ନାହିଁ ଶୀତ, ଚଳିତ ବର୍ଷ ଡେରିରେ ଆସି ଶୀଘ୍ର ଫେରିଯିବ ଶୀତ