ଅନୁଗୁଳ: ଜଙ୍ଗଲରୁ ମହିଳାଙ୍କ ମୃତଦେହ ଉଦ୍ଧାର। ମୃତ ମହିଳା ହେଲେ ଗୁରୁବାରୀ ନାୟକ। ଅନୁଗୁଳଜିଲ୍ଲା ପାଲଲହଡ଼ା ଅଞ୍ଚଳରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଂଚି ମୃତଦେହକୁ ଉଦ୍ଧାର କରିଛି। ତେବେ ଗୁରୁବାରୀଙ୍କୁ ହତ୍ୟା କରାଯାଇଥିବା ନେଇ ତାଙ୍କ ପୁଅ ଥାନାରେ ଅଭିଯୋଗ କରିଛନ୍ତି। ହେଲେ ଗଛରୁ ତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିବାରୁ ଏହା ହତ୍ୟା ନା ଆତ୍ମହତ୍ୟା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।
ସୂଚନା ଅନୁସାରେ, ରବିବାର ସନ୍ଧ୍ୟାରେ ଗୁରୁବାରୀ କୌଣସି କାମ ପାଇଁ ବାହାରକୁ ଯାଇଥିଲେ। କିନ୍ତୁ ରାତିରେ ଆଉ ଘରକୁ ଫେରି ନଥିଲେ। ତେଣୁ ତାଙ୍କ ପରିବାର ଲୋକେ ତାଙ୍କୁ ଖୋଜ ଖୋଜି କରିଥିଲେ ହେଲେ ତାଙ୍କର କୌଣସି ଖୋଜଖବର ପାଇନଥିଲେ। ତେବେ ସକାଳୁ ଜଙ୍ଗଲ ଭିତରୁ ତାଙ୍କର ଝୁଲନ୍ତା ମୃତଦେହ ଗ୍ରାମବାସୀ ଦେଖିବାକୁ ପାଇଥିଲେ। ଏହାପରେ ତୁରନ୍ତ ମୃତ ଗୁରୁବାରୀଙ୍କ ପୁଅଙ୍କୁ ଖବର ଦେଇଥିଲେ। ଘଟଣାସ୍ଥଳରେ ତାଙ୍କ ପୁଅ ପହଂଚି ତାଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ କରିଛନ୍ତି। ତେବେ ଅଭିଯୋଗକୁ ଆଧାର କରି ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।
ଅଧିକ ପଢନ୍ତୁ : ଭାରସାମ୍ୟ ହରାଇ ଟ୍ରଲରକୁ ଧକ୍କା ଦେଲା ଘୋରଇ ବସ୍ : ଜଣେ ମୃତ, ୧୦ ଆହତ