ନୂଆଦିଲ୍ଲୀ: ବାଂଲାଦେଶରେ ସରକାର ପରିବର୍ତ୍ତନ ହେବା ସହିତ ନେତୃତ୍ୱଙ୍କ ମନୋଭାବରେ ମଧ୍ୟ ପରିବର୍ତ୍ତନ ଆସିଛି । ୧୯୭୧ରେ ଯେଉଁ ପାକିସ୍ତାନ ଓ ବାଂଲାଦେଶ ପରସ୍ପରଠାରୁ ଅଲଗା ହୋଇଥିଲେ ଆଜି ପୁଣି ଥରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ଘନିଷ୍ଠ ହେବାରେ ଲାଗିଛି । ଦୀର୍ଘ ବର୍ଷରେ ବାଂଲାଦେଶରେ ପ୍ରଥମ ଥର ପାଇଁ ପାକିସ୍ତାନ ଜାହାଜ ପହଁଚିଛି । ଯାହାକି ଭାରତ ପାଇଁ ଚିନ୍ତାର କାରଣ ପାଲଟିଛି ।
ପାକିସ୍ତାନ ନୌସେନାର ଏକ ଜାହାଜ ବାଂଲାଦେଶ ଚଟଗାଁଓ ବନ୍ଦରଗାହରେ ଶୁକ୍ରବାର ଲାଗିଛି । ଚଟଗାଓଁରେ ପାକ୍ ଜାହାଜ ପହଁଚିବା ପରେ ବାଂଲାଦେଶ ନୌସେନା କମାଣ୍ଡର ସ୍ୱାଗତ କରିଥିଲେ । ୪ ଦିନର ଯାତ୍ରା ପାଇଁ ଏହି ଜାହାଜ ଆସିଛି । ରବିବାର ବାଂଲା ସେନା ମୁଖ୍ୟ ଜେନେରାଲ୍ ବକାର ଉଜ ଜମାଂ ଏବଂ ଏମିରଲ୍ ନଜମୁଲ ହସନ ସାକ୍ଷାତ କରିଥିଲେ । ୧୯୭୧ ମସିହା ପରେ ଏକ ପ୍ରଥମ ଥର ପାଇଁ ଘଟିଛି । ବର୍ଷ ବର୍ଷ ଧରି ଦୁଇ ଦେଶର ମଧ୍ୟରେ ରହିଥିବା ତିକ୍ତତା ଏବେ ହ୍ରାସ ପାଉଥିବା ଦେଖିବାକୁ ମିଳିଛି । ଯାହାକି ଭାରତ ପାଇଁ ସମସ୍ୟା ବଢ଼ାଇପାରେ ।
ବିଶେଷଜ୍ଞମାନଙ୍କ ମତରେ, ପାକିସ୍ତାନ ପୂର୍ବ ଭାରତର ନିକଟବର୍ତ୍ତୀ ଅଞ୍ଚଳ ଏବଂ ମିଆଁମାର ଆଦି ସ୍ଥାନ ମାନଙ୍କରରେ ନିଜର ଉପସ୍ଥିତି ବୃଦ୍ଧି କରିବାକୁ ଚାହୁଁଛି । ଶେଖ୍ ହସିନାଙ୍କ ଦଳ ଆବାମୀ ଲିଗ୍ ଭାରତର ସମର୍ଥକ ଅଟେ । କିନ୍ତୁ ନ୍ୟାସନାଲିଷ୍ଟ ପାର୍ଟୀର ଆଭିମୁଖ୍ୟ କିଛି ଭିନ୍ନ ଅଟେ । ପୂର୍ବରୁ ଏପରି କେବେବି ଘଟିନଥିଲା । କିନ୍ତୁ ମହମ୍ମଦ ୟୁନୁସ୍ ସରକାର ଆସିବା ପରେ ପାକିସ୍ତାନ ଏବଂ ବାଂଲାଦେଶ ମଧ୍ୟରେ ସଂପର୍କ ଘନିଷ୍ଠ ହେଉଛି ।