ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘ(ଆରଏସଏସ)ରେ ଅନ୍ୟ ଧର୍ମର ସଦସ୍ୟତାକୁ ନେଇ ସଂଘର ମୁଖ୍ୟ ମୋହନ ଭାଗବତ ଖୋଲାଖୋଲି ଜବାବ ଦେଇଛନ୍ତି । ଗୋଟିଏ କାର୍ଯ୍ୟକ୍ରମରେ ତାଙ୍କୁ ପ୍ରଶ୍ନ ହୋଇଥିଲା ଯେ, କଣ ମୁସଲିମ ବ୍ୟକ୍ତି ସଂଘରେ ସାମିଲ୍ ହୋଇ ପାରିବେ । ଏହାର ଉତ୍ତରରେ ମୋହନ ଭାଗବତ କହିଛନ୍ତି, ମୁସଲମାନ ଓ ଖ୍ରୀଷ୍ଟିୟାନ ସମୁଦାୟ ପାଇଁ ସଂଘର ଦ୍ୱାର ଖୋଲା ଅଛି । କିନ୍ତୁ ସେ ଗୋଟିଏ ସର୍ତ୍ତ ରଖିଛନ୍ତି ।
ଋବିବାର ଭାଗବତ କହିଛନ୍ତି, ସଂଘରେ କୌଣସି ବ୍ରାହ୍ମଣକୁ ଅନୁମତି ନାହିଁ । ଅନ୍ୟ କୌଣସି ଜାତିକୁ ସଂଘରେ ମିଶିବାର ଅନୁମତି ନାହିଁ । କୌଣସି ମୁସଲମାନ, କୌଣସି ଖ୍ରୀଷ୍ଟିୟାନଙ୍କୁ ଅନୁମତି ନାହିଁ । କେବଳ ହିନ୍ଦୁଙ୍କୁ ସଂଘରେ ମିଶିବା ପାଇଁ ଅନୁମତି ରହିଛି । ଏଥିପାଇଁ ଅଲଗା ଅଲଗା ସଂପ୍ରଦାୟର ଲୋକ ମୁସଲମାନ, ଖ୍ରୀଷ୍ଟିୟାନ କିମ୍ବା କୌଣସି ସଂପ୍ରଦାୟର ଲୋକେ ସଂଘକୁ ଆସିପାରିବେ । କିନ୍ତୁ ସେମାନଙ୍କୁ ନିଜର ପୃଥକତା ବାହାରେ ରଖିବାକୁ ପଡିବ ।
ସଂଘ ପ୍ରମୁଖ କହିଛନ୍ତି, ଆପଣଙ୍କୁ ସ୍ୱତନ୍ତ୍ର ସ୍ୱାଗତ । ମାତ୍ର ଯେବେ ଆପଣ ଶାଖାକୁ ଆସିବେ ତେବେ ଆପଣ ଭାରତମାତାର ସନ୍ତାନ ଭାବେ ଆସିବେ । ଏହି ହିନ୍ଦୁ ସମାଜ ସଦସ୍ୟ ଭାବେ ଆସିବେ । ଏହି ଆଧାରରେ ସମସ୍ତ ଜାତି, ମୁସଲମାନ ଓ ଖ୍ରୀଷ୍ଟିୟାନ ପୃଷ୍ଠଭୂମିରୁ ଆସୁଥିବା ଲୋକେ ଶାଖାରେ ସାମିଲ ହୋଇ ପାରିବେ ।
ଭାଗବତ କହିଛନ୍ତି, ମୁସଲିମ ଶାଖାକୁ ଆସନ୍ତି, ଖ୍ରୀଷ୍ଟିୟାନ ଆସନ୍ତି ଏବଂ ହିନ୍ଦୁ କହୁଥିବା ଅନ୍ୟ ଜାତିର ଲୋକେ ମଧ୍ୟ ଶାଖାକୁ ଆସୁଛନ୍ତି । ସେମାନଙ୍କୁ ମୁଁ ପ୍ରଶ୍ନ କରେ ଆପଣ କିଏ । ଉତ୍ତର ହେଉଛି ଆମେ ସମସ୍ତେ ଭାରତର ମାତାର ସନ୍ତାନ । ସଂଘ ଏମିତି ହିଁ କାମ କରିଥାଏ । ସଂଘର ଦୃଷ୍ଟିକୋଣ ହେଉଛି ଏକତା ଓ ସମାବେଶୀ ।
Also read: ବାଗେଶ୍ୱର ଧାମ ପୀଠୀଶ୍ୱରଙ୍କ ସନାତନ ଯାତ୍ରାରେ ଯୋଗ ଦେଲେ ଆଚାର୍ଯ୍ୟ ପ୍ରମୋଦ କୃଷ୍ଣ