ପୁଣି ଥରେ ଭାରତରେ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି।ରବିବାର ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜରେ ଭୂମିକମ୍ପ ଅନୂଭୂତ ହୋଇଛି। ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜି (NCS) ଅନୁଯାୟୀ, ରବିବାର ମଧ୍ୟାହ୍ନ ୧୨ଟା ୦୬ରେ ଭୂକମ୍ପ ହୋଇଥିଲା। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୪ ଥିବା ସୂଚନା ରହିଛି । ଏହାର କେନ୍ଦ୍ରସ୍ଥଳ ଆଣ୍ଡାମାନ ସାଗରରେ ରହିଥିଲା। ଏହି ଭୂକମ୍ପ ଭୂପୃଷ୍ଠରୁ ୯୦ କିଲୋମିଟର ତଳେ ଅନୁଭୂତ ହୋଇଥିଲା। ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜି (NCS) ଏହାର ସରକାରୀ ଆକାଉଣ୍ଟରେ ଭୂକମ୍ପକୁ ଟ୍ୱିଟ୍ କରି ସମ୍ପର୍କିତ ତଥ୍ୟ ପ୍ରଦାନ କରିଛି।
ତେବେ ଜର୍ମାନ ରିସର୍ଚ୍ଚ ସେଣ୍ଟର ଫର୍ ଜିଓସାଇନ୍ସ (GFZ) କହିଛି ଯେ, ଭୂକମ୍ପର ତୀବ୍ରତା ୬.୦୭ ଥିଲା ଏବଂ ଏହା ଭୂପୃଷ୍ଠର ୧୦ କିଲୋମିଟର ଗଭୀରତାରେ ଅନୁଭୂତ ହୋଇଥିଲା। ତେବେ ଏପର୍ଯ୍ୟନ୍ତ ଭୂମିକମ୍ପ ନେଇ ଧନଜୀବନ କ୍ଷୟକ୍ଷତିର କୌଣସି ରିପୋର୍ଟ ଆସିନାହିଁ।