ବାଲେଶ୍ୱର: ଆସନ୍ତା ୧୩ ତାରିଖରେ ବାଲେଶ୍ୱର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଅବସରରେ ମୁଖମନ୍ତ୍ରୀ ସର୍ଦ୍ଦାର ପଟେଲଙ୍କ ୧୫୦ ତମ ଜୟନ୍ତୀ ଏକତା ଦୈାଡରେ ସାମିଲ ହେବେ । ଖାଲି ସେତିକି ନୁହେଁ ଏକତା ପାଇଁ ନୀଳଗିରି ଠାରୁ ମିତ୍ରପୁର ପର୍ଯ୍ୟନ୍ତ ଏକ ବିରାଟ ଗଣଦୌାଡ ହେବ । ତେବେ ନୀଳଗିରି ପରେ ଭୋଗରାଇ ଓ ବାଲେଶ୍ୱରରେ ମଧ୍ୟ ଗଣଦୈାଡ ଅନୁଷ୍ଠିତ ହେବ ବୋଲି ରବିବାର ଏକ ସାମ୍ବାଦିକ ସମ୍ମିଳନୀରେ ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ ସୂଚନା ଦେଇଛନ୍ତି ।