କଟକ ରେ ବାଣ ଉପରେ ରୋକ ଲଗାଇଛନ୍ତି ହାଇକୋର୍ଟ l ବିଶେଷକରି ଦଶହରା ପରେ ରାବଣପୋଡ଼ି ଏକ ପ୍ରମୁଖ ପର୍ବ ହୋଇଥିବାବେଳେ , ଏଥିରେ ବାଣ ଫୁଟାଯାଇଥାଏ l
ତେବେ ଏହା ପ୍ରମୁଖ ପ୍ରତିଯୋଗିତାରେ ପରିଣତ ହୋଇଯାଇଛି l ଯାହାଦ୍ୱାରା ଅନେକ ସମୟରେ ଏଥିଲାଗି ଅନେକ ଦୁର୍ଘଟଣା ହେବା ସହ ପରିବେଶ ମଧ୍ୟ ପ୍ରଦୂଷଣ ହୋଇଥାଏ l ଏହି ସମସ୍ୟାକୁ ଦୃଷ୍ଟି ରେ ରଖି ହାଇକୋର୍ଟ ଏକ ବଡ଼ ନିଷ୍ପତି ନେଇଛନ୍ତି ଯେ , ରାବଣପୋଡ଼ିରେ ଆଉ ବେଶୀ ବାଣ ଫୁଟିବ ନାହିଁ l
ବାଣ ଫୁଟାଇବା ଦ୍ୱାରା ଆମ ପରିବେଶ ର ଅନେକ କ୍ଷତି ସାଧନ ହୋଇଥାଏ l ଏଥିପାଇଁ ହାଇକୋର୍ଟ ଏଥର ରଙ୍ଗୀନବାଣ ପରିବର୍ତ୍ତେ ସବୁଜ ବାଣ ଫୁଟାଇବାକୁ ନିର୍ଦେଶ ଦେଇଛନ୍ତି l ଦୁର୍ଗାପୂଜା ପରେ ରାବଣ ପୋଡିକୁ ଏକ ପ୍ରମୁଖ ପର୍ବ ହିସାବରେ ପାଳନ କରାଯାଇଥାଏ l ଏହି ରାବଣପୋଡିକୁ ଦେଖିବା ପାଇଁ ଅନେକ ଜଣ ସମାଗମ ହୋଇଥାଏ l ବାଣ ଫୁଟିବା ଯୋଗୁ ଅନେକ ସମୟରେ ନିଆଁ ଲାଗିବାର ସମ୍ଭାବନା ରହିଥାଏ l ତେବେ ଏଥିପାଇଁ ରାବଣ ପୋଡି ସମୟରେ ଆୟୋଜକ କମିଟିର ସଦସ୍ୟଙ୍କୁ ଅଗ୍ନି ନିରାପତ୍ତା ନିମିତ୍ତ ବ୍ୟବସ୍ତା କରିବାକୁ ମଧ୍ୟ ହାଇକୋର୍ଟ କଡା ନିର୍ଦେଶ ଦେଇଛନ୍ତି l
ବାଲିଯାତ୍ରା ସମୟରେ ଟ୍ରାଫିକ ସମସ୍ୟା ଏକ ମୁଖ୍ୟ ସମସ୍ୟା ଅଟେ l ପ୍ରତିବର୍ଷ ବାଲିଯାତ୍ରା ତଳ ପଡିଆରେ ଏହି ରାବଣ ପୋଡି ପାଳନ କରାଯାଉଥିବା ବେଳେ, ଏହି ସମୟରେ ନାହିଁ ନଥିବା ଟ୍ରାଫିକ ଭିଡ଼ ପରିଲକ୍ଷିତ ହୋଇଥାଏ l ଟ୍ରାଫିକ ସମସ୍ୟାକୁ ଆଖି ଆଗରେ ରଖି କଟକ ଡିଜିପିଙ୍କୁ ଟ୍ରାଫିକ ପରିଚାଳନା ପାଇଁ ନିର୍ଦେଶ ଦିଆଯାଇଛି l ଚଳିତ ବର୍ଷ ପରିବେଶ ସୁରକ୍ଷା , ପ୍ରଦୂଷଣ ରୋକାଯିବା ଓ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଥିବା ଲୋକଙ୍କ ସୁରକ୍ଷା ସମେତ ସମସ୍ତ ଦିଗକୁ ଦୃଷ୍ଟିରେ ରଖି ହାଇକୋର୍ଟ ଅଧିକ କଟକଣା ଜାରିକରିଛନ୍ତି l