ଆଜି ଶ୍ରୀମନ୍ଦିରରେ ଛତିଶା ନିଯୋଗ ବୈଠକ ଶେଷ ହୋଇଛି । କାର୍ତ୍ତିକ ମାସର ନୀତିକାନ୍ତି ଓ ନାଟମଣ୍ଡପରେ ଏୟାରକଣ୍ଡିସନ ବ୍ୟବସ୍ଥା ନେଇ ବୈଠକରେ ଆଲୋଚନା ହୋଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକଙ୍କ ସହ ଛତିଶା ନିଯୋଗ ନାୟକ ଓ ସମସ୍ତ ନିଯୋଗର ସଭାପତି ଓ ସମ୍ପାଦକମାନେ ଯୋଗଦେଇଥିଲେ ।
ଛତିଶା ନିଯୋଗ ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ସୂଚନା ଦେଇ କହିଛନ୍ତି ଯେ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ରାମ୍ପ ଓ ବ୍ୟାରିକେଡ୍ ବ୍ୟବସ୍ଥା ହେବ। ଏଥିପାଇଁ ଡାଇଗ୍ରାମ ପ୍ରସ୍ତୁତ ସରିଛି, କାର୍ତ୍ତିକ ମାସ ପରେ କାମ ଆରମ୍ଭ ହେବ। ବୟସ୍କ, ମହିଳା, ଦିବ୍ୟାଙ୍ଗ, ଶିଶୁ ସମସ୍ତଙ୍କ ଲାଗି ରହିବ ଭିନ୍ନ ଭିନ୍ନ ଧାଡ଼ି ରହିବ। ସାତ ପାହାଚ ଦେଇ ନାଟମଣ୍ଡପ ରାମ୍ପରେ ପ୍ରବେଶ, ଘଣ୍ଟି ଦ୍ୱାର ଦେଇ ପ୍ରସ୍ଥାନ କରିବେ ଭକ୍ତ।